ETV Bharat / state

ମଳ ଉପଚାର କେନ୍ଦ୍ରର ସ୍ଥାନ ନିରୂପଣକୁ ନେଇ ତେଜୁଛି ଅସନ୍ତୋଷ - faecal sludge septage management center

ବୌଦ୍ଧ ଜିଲ୍ଲା ସଦର ମହକୁମାର ଶ୍ମଶାନ ଘାଟ ନିକଟରେ ତଥା ମହାନଦୀ କୂଳରେ ସାରା ସହରର ମଳକୁ ଉପଚାର କରିବା ପାଇଁ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନଦୀକୂଳରେ ଏଭଳି ପ୍ରକଳ୍ପ ପାଇଁ କିଭଳି ମଞ୍ଜୁରୀ ମିଳିଲା, ସେନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ମଳ ଉପଚାର କେନ୍ଦ୍ରର ସ୍ଥାନ ନିରୂପଣକୁ ନେଇ ତେଜୁଛି ଅସନ୍ତୋଷ

author img

By

Published : Jul 11, 2021, 11:23 AM IST

ବୌଦ୍ଧ: ମଳ ଉପଚାର କେନ୍ଦ୍ରର ସ୍ଥାନ ନିରୂପଣ ନେଇ ଘନେଇବାରେ ଲାଗିଛି ଅସନ୍ତୋଷ । ବୌଦ୍ଧ ଜିଲ୍ଲା ସଦର ମହକୁମାର ଶ୍ମଶାନ ଘାଟ ନିକଟରେ ତଥା ମହାନଦୀ କୂଳରେ ସାରା ସହରର ମଳକୁ ଉପଚାର କରିବା ପାଇଁ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନଦୀକୂଳରେ ଏଭଳି ପ୍ରକଳ୍ପ ପାଇଁ କିଭଳି ମଞ୍ଜୁରୀ ମିଳିଲା ସେନେଇ ବୁଦ୍ଧିଜୀବୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ମଳ ଉପଚାର କେନ୍ଦ୍ରର ସ୍ଥାନ ନିରୂପଣକୁ ନେଇ ତେଜୁଛି ଅସନ୍ତୋଷ

ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଏକ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ ପାନୀୟଜଳ ପାଇଁ ମହାନଦୀ ଉପରେ ସହରବାସୀ ନିର୍ଭରଶୀଳ । ହେଲେ ଏହି ପ୍ରମୁଖ ସ୍ଥାନ ତଥା ମହାନଦୀ କୂଳରେ ଏଭଳି ମଳ ଉପଚାର କେନ୍ଦ୍ରକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ପୂର୍ବରୁ ମଧ୍ୟ ବିରୋଧ କରାଯିବାରୁ ଏହି ପ୍ରକଳ୍ପ ବନ୍ଦ ରହିଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ ଏହି କାର୍ଯ୍ୟ ଆରମ୍ଭ ହେବାରୁ ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଏହି ମଳ ଉପଚାର କେନ୍ଦ୍ରକୁ ବନ୍ଦ କରି ଏହାକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.