ETV Bharat / state

ଅସହାୟ ପାର୍ବତୀ: ବାର୍ଦ୍ଧକ୍ୟ ଉପରେ ଦାଉ ସାଧୁଛି ଭିନ୍ନକ୍ଷମ

ସାମାଜିକ ସୁରକ୍ଷା ବ୍ୟବସ୍ଥାର କରୁଣ ଚିତ୍ର । ଗରିବ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହୋଇ ମଧ୍ୟ କୌଣସି ସରକାରୀ ସୁବିଧା ଏମାନଙ୍କୁ ମିଳିପାରି ନାହିଁ । ଫଳରେ ଜୀବନ ଜୀବନ ଜୀଇଁବାର ଯନ୍ତ୍ରଣାରେ ଯୁଝି ହେଉଛନ୍ତି ଏମାନେ । ଅଧିକ ପଢନ୍ତୁ...

govt not help parvati
ବାର୍ଦ୍ଧକ୍ୟ ଉପରେ ଭିନ୍ନକ୍ଷମ ବୋଝ
author img

By

Published : Mar 2, 2020, 12:38 PM IST

ବୌଦ୍ଧ: 70 ବର୍ଷୀୟ ବିଧବା ମହିଳା । ବାର୍ଦ୍ଧକ୍ୟରେ ପୀଡିତ ଏହି ବୃଦ୍ଧା ଜଣେ ଭିନ୍ନକ୍ଷମ ମଧ୍ୟ । ଆଉ ପରିବାର କହିଲେ ସେ ଏକାକୀ । ଦୀର୍ଘ 4 ବର୍ଷ ହେବ ଚାରି ହାତଗୋଡ ସାହାଯ୍ୟରେ ଘୋଷାରି ଘୋଷାରି ହୋଇ ଜୀବନ କାଟୁଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଡି ଗାଁର ପାର୍ବତୀ ରଣା । ସେହିପରି ପାର୍ବତୀଙ୍କ ସମ୍ପର୍କୀୟ ଅସହାୟ ବୃଦ୍ଧା ପ୍ରଫୁଲ୍ଲ ରଣା ଓ ଭିନ୍ନକ୍ଷମ ଝିଅ ସୁମତୀ ରଣା । ଏମାନଙ୍କୁ ଭିନ୍ନକ୍ଷମ କାର୍ଡ ତ ମିଳିଯାଇଛି ହେଲେ ସରକାରୀ ଯୋଜନାରେ ଆଜି ଯାଏ ସାମିଲ ହୋଇପାରିଲେ ନାହିଁ ।

ବାର୍ଦ୍ଧକ୍ୟ ଉପରେ ଭିନ୍ନକ୍ଷମ ବୋଝ

ସାମାଜିକ ସୁରକ୍ଷା ଯୋଜନାରେ ଗରିବ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ପାଇଁ ରହିଛି ସରକାରଙ୍କ ବିଭିନ୍ନ ଆର୍ଥିକ ସହାୟତା ବ୍ୟବସ୍ଥା । ଯେଉଁ ଯୋଜନା ମାଧ୍ୟମରେ ଏମାନଙ୍କୁ ଭତ୍ତା ମିଳିବାର ସମ୍ପୂର୍ଣ୍ଣ ଅଧିକାର ମଧ୍ୟ ରହିଛି । ହେଲେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମରେ ପୀଡିତାଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଇ ପାରୁନାହିଁ । ଯେମିତି ବେଡି ଉପରେ କୋରଣା ମାଡ ସଦୃଶ୍ୟ ବୃଦ୍ଧା ବୟସରେ ଭାରି ଭିନ୍ନକ୍ଷମ । ଫଳରେ ଜୀବନ ଜୀଇଁବାର ଯନ୍ତ୍ରଣାରେ ଯୁଝି ହେଉଛନ୍ତି ଏମାନେ । ସେପଟେ, ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ ଏହି ଅଭାବୀର ଦୁଃଖକୁ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.