ବୌଦ୍ଧ: ଜବରଦଖଲ ହେବାରେ ଲାଗିଛି ସରକାରୀ ଜମି । ଜମି ମାଫିଆ ଗୋଚର ଓ ସରକାରୀ ଜମିକୁ କରୁଛନ୍ତି କବଜା ।ବୌଦ୍ଧ ଜିଲ୍ଲାର ସଦର ତହସିଲ ଅନ୍ତର୍ଗତ ବାଉଁଶୁଣୀ ଆରଆଇ ସର୍କଲରେ ଏଭଳି ଜବରଦଖଲ ସମସ୍ୟା ସବୁଠାରୁ ଅଧିକ ଉଦବେଗ ଜନକ ହୋଇପଡିଛି । ଗରିବ ତଥା ନିରୀହ ପରିବାରଙ୍କ ନିକଟରେ ଭିଟାମାଟି କିମ୍ବା ଚାଷ ପାଇଁ ଆଦୌ ଜମି ନଥିବା ବେଳେ ଜମି ମାଫିଆଙ୍କ ହାତରେ ରହିଛି ଅନେକ ସରକାରୀ ଜମି ।
ଅନେକ ସ୍ଥାନରେ ଅନାବାଦୀ ଜମି ଏପରିକି ଗୋଚର ଜମିକୁ ହଡପ ପାଇଁ ମସୁଧା ହେଉଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ଆରଆଇ ସର୍କଲ ଅଧିନରେ ଥିବା ତାଳସରଡା ପଞ୍ଚାୟତର ଅନେକ ସ୍ଥାନରେ ଏଭଳି ଜବରଦଖଲ ସମସ୍ୟାକୁ ନେଇ ଅଞ୍ଚଳବାସୀ ବୌଦ୍ଧ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଏନେଇ କୌଣସି ସୁଫଳ ମିଳି ନାହିଁ । ଫଳରେ ଆଗାମୀ ଦିନରେ ଏହି ଜନ ଅସନ୍ତୋଷ ଆନ୍ଦୋଳନର ରୂପ ଧାରଣ କରିବେ ବୋଲି ଚେତାବନୀ ଦିଆଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ