ETV Bharat / state

କୁତୁରୁମା ଗାଁରେ ପହଞ୍ଚିପାରୁନି ସରକାରଙ୍କ ବିକାଶର ଗାଡି - କୁତୁରୁମା ଗାଁ ବିକାଶ

ବୌଦ୍ଧ ଜିଲ୍ଲାର ତଳଗାଁ ପଞ୍ଚାୟତ ସଦର ମହକୁମା ନିକଟରେ ଥିବା ଗାଁ ଅନ୍ୟ ଏକ ଉପାନ୍ତ ପଞ୍ଚାୟତ ଅଧିନରେ ଥିବାରୁ ଗାଁରେ ସରକାରୀ ବିକାଶର ଗାଡି ଠିକରେ ପହଞ୍ଚି ପାରୁନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷା ଓ ଏପରିକି ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୁତୁରୁମା ଗାଁରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଡାଡି

author img

By

Published : Oct 1, 2020, 9:44 PM IST

ବୌଦ୍ଧ: ପଞ୍ଚାୟତ ସଦର ମହକୁମା ନିକଟରେ ରହିଛି ଏକ ଗାଁ । କିନ୍ତୁ ଗାଁଟି ଅନ୍ୟ ପଞ୍ଚାୟତର ହୋଇଥିବାରୁ ସେଠାକୁ ବିକାଶର ଗାଡି ଠିକରେ ପହଞ୍ଚିପାରୁନାହିଁ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଡମକୁଚ ଡ୍ୟାମ ନିକଟରେ ରହିଛି କୁତୁରୁମା ଗାଁ । ପ୍ରାୟ ଅଠରଟି ପରିବାର ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଅନ୍ୟ ଏକ ପଞ୍ଚାୟତ ଆଢେଣୀଗଡରେ ମିଶିଯାଇଛି ।

କୁତୁରୁମା ଗାଁରେ ପହଞ୍ଚିପାରୁନି ସରକାରଙ୍କ ବିକାଶର ଗାଡି

ଫଳରେ କୁତୁରୁମା ଗାଁର ଅଧିବାସୀ ସମସ୍ତ କାର୍ଯ୍ୟ ପାଇଁ ବଣପାହାଡ ଡେଇଁ ଆଢେଣୀଗଡକୁ ଯାଇଥାନ୍ତି । ଗାଁରେ ସରକାରଙ୍କ ବିକାଶର ଗାଡି ଠିକରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ପିଡିଏସ ଚାଉଳ ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟ ନିମନ୍ତେ ପୁଣି ଜଙ୍ଗଲ ଡେଇଁ ଆଢେଣୀଗଡ ଯିବାକୁ ହୁଏ । ଗାଁରେ ଥିବା ଏକମାତ୍ର ନଳକୂପ ମଧ୍ୟ ଦୀର୍ଘ ଦିନ ହେଲା ଅଚଳ ଯୋଗୁଁ ପାଣି ମୁନ୍ଦାଏ ପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସରକାରଙ୍କୁ ପତ୍ର ଲେଖି ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.