ETV Bharat / state

କୋଭିଡ ଆଇନ ଉଲ୍ଲଂଘନ କରି କଣ୍ଟେନମେଣ୍ଟ ଜୋନରେ ଚାଲିଛି ସରକାରୀ ବୈଠକ - କଣ୍ଟେନମେଣ୍ଟ ଜୋନରେ ସରକାରୀ ବୈଠକ

ବୌଦ୍ଧର କଣ୍ଟେନମେଣ୍ଟ ଜୋନରେ ସରକାରୀ ବୈଠକ ହୋଇଥିବା ନେଇ ଅଭିଯୋଗ । ଘଟଣା ଜଣାପଡିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

କୋଭିଡ ଆଇନ ଉଲ୍ଲଂଘନ କରି କଣ୍ଟେନମେଣ୍ଟ ଜୋନରେ ସରକାରୀ ବୈଠକ

author img

By

Published : Jul 15, 2020, 2:51 AM IST

ବୌଦ୍ଧ: ସାରା ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ କୋଭିଡ କଟକଣା ଲାଗୁ କରିଛନ୍ତି ସରକାର । ହେଲେ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ । ବୌଦ୍ଧ ଜିଲ୍ଲାରେ କୋଭିଡ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ନିୟମ ଭଙ୍ଗ କୌଣସି ସାଧାରଣ ଅଞ୍ଚଳରେ ନୁହେଁ ବରଂ କଣ୍ଟେନମେଣ୍ଟ ଜୋନରେ ହୋଇଛି ।

କୋଭିଡ ଆଇନ ଉଲ୍ଲଂଘନ କରି କଣ୍ଟେନମେଣ୍ଟ ଜୋନରେ ସରକାରୀ ବୈଠକ

ଏଆରସିଏସ ସମବାୟ ସମ୍ପାଦକଙ୍କୁ ନେଇ କଣ୍ଟେନମେଣ୍ଟ ଜୋନରେ ଆୟୋଜିତ କରିଥିଲେ ବୈଠକ । ଘଟଣା ଜଣାପଡିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାରୁ ମଙ୍ଗଳବାର ଆଉ 7 ନୂଆ ପଜିଟିଭ ଚିହ୍ନଟ ପରେ ବୁଟୁପାଲି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହିତ ପୁରୁଣା କଟକ ଅଞ୍ଚଳକୁ ସଟଡାଉନ କରାଯାଇଛି । ସେପଟେ କିନ୍ତୁ କଣ୍ଟେନମେଣ୍ଟ ଅଞ୍ଚଳ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟରେ କୋଭିଡ ଆଇନକୁ ଉଲ୍ଲଙ୍ଘନ କରାଯାଇ ସମବାୟ ସମ୍ପାଦକମାନଙ୍କୁ ନେଇ ବୈଠକର ଆୟୋଜନ କରାଯାଇଥିଲା ।

ଜିଲ୍ଲାରେ ଧାନ ବିହନ ଓ ସାରର ବ୍ୟାପକ କଳା ବଜାରୀ ଚାଲିଥିବାବେଳେ ଏଆରସିଏସଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ମଧ୍ୟ ଏହି ସରକାରୀ ବାବୁ କୋଭିଡ ଆଇନକୁ କାହିଁକି ବେଖାତିର କଲେ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.