ETV Bharat / state

ସରକାରୀ ଜମି ଦୁର୍ନୀତି ଉପରୁ ହଠିବ ପରଦା: ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ 197 ରେକର୍ଡ ଗାୟବ, ଥାନାରେ ମାମଲା

author img

By ETV Bharat Odisha Team

Published : Aug 25, 2023, 3:21 PM IST

ବୌଦ୍ଧ ଜିଲ୍ଲାରେ ସରକାରୀ ଜମି ଦୁର୍ନୀତି ଉପରୁ ହଟିବ ପରଦା । ତହସିଲ କାର୍ଯ୍ୟାଳୟର ରେକର୍ଡ ରୁମ୍‌ରୁ 197ଟି ରେକର୍ଡ ଗାୟବ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Government land corruption in Boudh
Government land corruption in Boudh
Government land corruption in Boudh

ବୌଦ୍ଧ: ଖୋଲିବ ଦୀର୍ଘ ବର୍ଷର ସରାକାରୀ ଜମି ହଡ଼ପ ଘୋଟାଲା। ବୌଦ୍ଧ ଜିଲ୍ଲାରେ ସରକାରୀ ଜମି ଦୁର୍ନୀତି ମାମଲା ପୁଣି ଥରେ ସତେଜ ହେବାକୁ ଯାଉଛି । ଶହ ଶହ ଏକର ସରକାରୀ ଜମିକୁ ରାଜସ୍ବ ବିଭାଗର କେତେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀ, ଆରଆଇଙ୍କ ସହିତ ତତ୍କାଳୀନ ତହସିଲଦାର ବ୍ୟାପକ ଦୁର୍ନୀତି କରି ବଡ଼ବଡ଼ିଆ, ସରକାରୀ ଚାକିରିଆଙ୍କୁ ବେଆଇନ ଭାବେ ଟେକି ଦେଇଥିଲେ । ବର୍ତ୍ତମାନ ଉକ୍ତ ବେଆଇନ କାର୍ଯ୍ୟର ସମସ୍ତ ଫାଇଲ ତହସିଲ ରେକର୍ଡ ରୁମରୁ ଗାୟବ ହୋଇଥିବା ବେଳେ ଏନେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବୌଦ୍ଧ ତହସିଲ କାର୍ଯ୍ୟାଳୟର ରେକର୍ଡ ରୁମରୁ 197ଟି ରେକର୍ଡ଼ ଗାୟବ ହୋଇଥିବା ଜଣାପଡିଛି।

ଜିଲ୍ଲାର ରାଜସ୍ବ ବିଭାଗରେ ହୋଇଥିବା ବହୁ ଚର୍ଚ୍ଚିତ ସରକାରୀ ଜମି କେଳେଙ୍କାରୀ ରହସ୍ୟ ଉପରୁ ପରଦା ଉନ୍ମୋଚନ ପାଇଁ ବର୍ତ୍ତମାନ ବାଟ ଫିଟିଛି । ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଅନେକ ସରକାରୀ ଜମି ହଡ଼ପ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସଦର ମହକୁମା ବୌଦ୍ଧ ତହସିଲର ତତ୍କାଳୀନ ତହସିଲଦାରଙ୍କ ନେତୃତ୍ବରେ ଏଭଳି ବେଆଇନ ତଥା ଅନୈତିକ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ସରକାରୀ ଜମିକୁ ତତ୍କାଳୀନ ତହସିଲଦାର ସିପ୍ରା ସେଠି କେତେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀ,ଆରଆଇ, ରେକର୍ଡ କିପରଙ୍କ ଜରିଆରେ ଜିଲ୍ଲାର ଅନେକ ପ୍ରଭାବଶାଳୀ ବ୍ୟକ୍ତି, ସରକାରୀ ଚାକିରିଆଙ୍କୁ ବେଆଇନ ଭାବେ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଜଳାଶ୍ରୟ ଜମି ଦୁର୍ନୀତି ମାମଲା: ଜମି ଦଲାଲ ଦମ୍ପତିଙ୍କ ସହ ଗିରଫ ହେଲେ ୩ ସରକାରୀ କର୍ମଚାରୀ

ତିନି ବର୍ଷ ତଳେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏଭଳି ବେଆଇନ ଭାବେ ପ୍ରଦାନ କରାଯାଇଥିବା ଶହରୁ ଊର୍ଦ୍ଧ୍ବ ଏକରର ସରକାରୀ ଜମିକୁ ପୁଣିଥରେ ସରକାରୀ ଖାତାକୁ ଫେରାଇ ଅଣାଯିବ ବୋଲି ସୂଚନା ଦିଆଯାଇଥିଲା । ଏଭଳି ବେଆଇନ କାର୍ଯ୍ୟର ତଦନ୍ତ ସମୟରେ ବୌଦ୍ଧ ତହସିଲ କାର୍ଯ୍ୟାଳୟର ରେକର୍ଡ ରୁମ୍‌ରୁ 197ଟି ଫାଇଲକୁ ସମ୍ପୂର୍ଣ୍ଣ ଗାୟବ କରି ଦିଆଯାଇଛି । ଫଳରେ ବର୍ତ୍ତମାନ ଏହି ସରକାରୀ ଜମିରେ ବ୍ୟାପକ ଦୁର୍ନୀତି ଜଳ ଜଳ ହୋଇ ବାରି ହୋଇ ପଡ଼ୁଛି । ସୂଚନା ମୁତାବକ ବୌଦ୍ଧ ତହସିଲଦାର ଭାବରେ କାର୍ଯ୍ୟ କରୁଥିବା ତତ୍କାଳୀନ ତହସିଲଦାର ସିପ୍ରା ସେଠି 2007ଠାରୁ 2011 ମସିହା ମଧ୍ୟରେ ବ୍ୟାପକ ତଞ୍ଚକତା କରି 184 ଗୋଟି ଜବରଦଖଲ ଓ 13 ଗୋଟି ଭୂମିହୀନ ଦର୍ଶାଇ ସରକାରୀ ଜମିକୁ ଟେକି ଦେଇଥିଲେ ।

ଜିଲ୍ଲାରେ ଶହଶହ ଗରିବ, ଜମି ଭୂମି ହୀନ ରହିଥିଲେ ମଧ୍ୟ ସେମାନଙ୍କର ଦୁଃଖ ଶୁଣିବା ବଦଳରେ ପ୍ରତିପତ୍ତିଶାଳୀ ଲୋକଙ୍କୁ ଶହଶହ ଏକର ସରକାରୀ ଜମି ଯୋଗାଇବା ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ସମୟରେ ତଦନ୍ତ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଇତି ମଧ୍ୟରେ ଉକ୍ତ ଜମି ସଂକ୍ରାନ୍ତୀୟ ଫାଇଲ ବର୍ତ୍ତମାନ ବୌଦ୍ଧ ତହସିଲ କାର୍ଯ୍ୟାଳୟରୁ ଗାୟବ କରି ଦିଆଯାଇଛି । ଏନେଇ ଗତ ମଙ୍ଗଳବାର ବୌଦ୍ଧ ଅତିରିକ୍ତ ତହସିଲଦାର ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଥାନାରେ ୨୮୮/୨୩ ରେ ଏକ ମାମଲା ରୁଜୁ ହୋଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ବର୍ତ୍ତମାନ ଏହି ଜମି ରେକର୍ଡ ଗାୟବ ତଥା ଏହି ଦୁର୍ନୀତିରେ ବଡ଼ ବଡିଆ ଲୋକଙ୍କ ସମ୍ପୃକ୍ତି ରହିଥିବା କାରଣରୁ ଏହାର ତଦନ୍ତ ର ଗତି କେଉଁ ଆଡକୁ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଏନେଇ ମାନବାଧିକାର କର୍ମୀ ଓ ପାଣଗଣ୍ଡା ବିକାଶ ପରିଷଦର ଉପାଦେଷ୍ଟା ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିବା ସହିତ ଏହି ଷଡ଼ଯନ୍ତ୍ର ପଛରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛନ୍ତି । ଗତ ସୋମବାର ଦିନ କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ଜଣେ କିରାଣୀ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଚାରି ଡେସିମିଲି ଜମି ଯୋଗାଇବାରେ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.