ETV Bharat / state

ପରିଚୟ ହରାଉଛି ଦ୍ବିତୀୟ ପିପିଲି ଭାବେ ପରିଚିତ ବୁଟୁପାଲି - ସରକାରୀ ସହୟତା ଅପେକ୍ଷାରେ ଚାନ୍ଦୁଆ ଶିଳ୍ପୀ

ପାରମ୍ପରିକ କଳା ସଂସ୍କୃତି ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜିଲ୍ଲା ଆଜି ତାର ସତ୍ତା ହରାଇବାକୁ ବସିଛି । ଚାନ୍ଦୁଆ ଶିଳ୍ପ ପାଇଁ ବୌଦ୍ଧ ଜିଲ୍ଲାର ବୁଟୁପାଲି ଗ୍ରାମ ଦ୍ବିତୀୟ ପିପିଲି ଭାବେ ପରିଚିତ । ବଜାର ଅଭାବ ଯୋଗୁଁ ପାରମ୍ପରିକ କାର୍ଯ୍ୟରୁ ମୁହଁ ଫେରାଇବାକୁ ବସିଛନ୍ତି ଶିଳ୍ପୀ । ଅଧିକ ପଢ଼ନ୍ତୁ

government help need to chandua artist of boudh
ପରିଚୟ ହରାଉଛି ଦ୍ବିତୀୟ ପିପିଲି
author img

By

Published : May 22, 2022, 11:39 AM IST

ବୌଦ୍ଧ: ପାରମ୍ପରିକ କଳା ସଂସ୍କୃତି ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜିଲ୍ଲା ଆଜି ତାର ସତ୍ତା ହରାଇବାକୁ ବସିଛି। ଚାନ୍ଦୁଆ ଶିଳ୍ପ ପାଇଁ ବୌଦ୍ଧ ଜିଲ୍ଲାର ବୁଟୁପାଲି ଗ୍ରାମ ଦ୍ବିତୀୟ ପିପିଲି ଭାବେ ପରିଚିତ । ବର୍ତ୍ତମାନ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ଲୋକେ।

ପରିଚୟ ହରାଉଛି ଦ୍ବିତୀୟ ପିପିଲି

ବୌଦ୍ଧ ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ବୁଟୁପାଲିର ଚାନ୍ଦୁଆ ଶିଳ୍ପ ଗଡଜାତ ଶାସନ କାଳରୁ ଚାଲି ଆସିଛି । ପିଢ଼ି ପରେ ପିଢ଼ି ଏହି ବ୍ୟବସାୟ ସହିତ ଜଡ଼ିତ ପରିବାର ନିଜ କୌଳିକ ବୃତ୍ତିକୁ ଜାବୁଡି ଧରିଥିଲେ । ବୁଟୁପାଲିର ଏହି କାରିଗର ମାନେ ଚାନ୍ଦୁଆ ସହିତ ଛତ୍ର, ପର୍ଭା,ଘରସାଜ ସଜ୍ଜା ସାମଗ୍ରୀକୁ ପ୍ରସ୍ତୁତ କରିଥାନ୍ତି । ଏସବୁ ସାମଗ୍ରୀର ରାଜ୍ୟ ତଥା ରାଜ୍ୟ ବାହାରେ ଯଥେଷ୍ଟ ଚାହିଦା ରହିଥିଲେ ମଧ୍ୟ ବଜାର ଅଭାବ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଅଭାବ କାରଣରୁ ଚାନ୍ଦୁଆ ଶିଳ୍ପ ସହିତ ଜଡିତ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନରେ ରହିଛନ୍ତି । ଅନ୍ୟପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ ଶିଳ୍ପୀ ପରିବାର କୌଳିକ ବୃତ୍ତିରୁ ମୁହଁ ଫେରାଇବା ଆରମ୍ଭ କଲେଣି । ତେଣୁ ସରକାରଙ୍କ ପକ୍ଷରୁ ଚାନ୍ଦୁଆ ଶିଳ୍ପୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.