ETV Bharat / state

ସଙ୍କଟରେ ଗଣ୍ଡ ଆଦିବାସୀଙ୍କ କୌଳିକ ବୃତ୍ତି - ବୌଦ୍ଧ

ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଗଣ୍ଡ  ଆଦିବାସୀଙ୍କ ମସିଣା ଏବେ ସଙ୍କଟରେ ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
author img

By

Published : May 10, 2019, 3:52 PM IST

ବୌଦ୍ଧ: ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଅବସ୍ଥିତ ଲାଣ୍ଡିବନ୍ଧ ଗ୍ରାମ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତରେ ଥିବା ଏହି ଲାଣ୍ଡିବନ୍ଧ ଗ୍ରାମରେ ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଗଣ୍ଡ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେମାନଙ୍କର ହାତ ତିଆରି ପଟି ବା ମସିଣା ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । କିନ୍ତୁ ଦୁଃଖର ବିଷୟ ଯେ ସେମାନଙ୍କର କୌଳିକ ବୃତ୍ତି ବର୍ତ୍ତମାନ ସଙ୍କଟରେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ଏହା ମଧ୍ୟ ପଢନ୍ତୁ: କେବେ ଦୂରହେବ ସକମାବାସୀଙ୍କ ଜଳକଷ୍ଟ

ସୂଚନା ଥାଉକି, ଗଣ୍ଡ ସଂପ୍ରଦାୟର କୌଳିକ ବୃତ୍ତି ହେଲା ପଟି ବା ମସିଣା ବୁଣିବା । ଏଥିସହ ସେମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ମସିଣା ନିମନ୍ତେ ଜଙ୍ଗଲରୁ ଧାମଣ ପଟ୍ଟ ସଂଗ୍ରହ ସହ ନଦୀରୁ ଛଣ ସଂଗ୍ରହ କରି ବିଧି ମୁତାବକ ମସିଣା ବୁଣାଯାଇଥାଏ । ତେବେ ଗୋଟିଏ ମସିଣା ବୁଣିବା ନିମନ୍ତେ 2 ରୁ 3 ଦିନ ସମୟ ଲାଗିଥାଏ । ବଜାରରେ ସେହି ମସିଣା ପ୍ରାୟ 200ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଏ ।

କିନ୍ତୁ ବର୍ତ୍ତମାନ ପିଢି ଏହି କୌଳିକ ବୃତ୍ତରୁ ମୁହଁ ଫେରାଇବା ସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପାରମ୍ପରିକ ବୃତ୍ତି ବନ୍ଦ ହେବା ଅବସ୍ଥାରେ ପହଞ୍ଚିଲାଣି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଅବସ୍ଥିତ ଲାଣ୍ଡିବନ୍ଧ ଗ୍ରାମ । ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ରେ ଥିବା ଏହି ଲାଣ୍ଡିବନ୍ଧ ଗ୍ରାମ ରେ ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଗଣ୍ଡ ନାମକ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ଗଡଜାତ ଶାସନ କାଳରେ ଏକ ଅନ୍ଧବିଶ୍ୱାସ ପରମ୍ପରା ଜଡ଼ିତ ରହିଥିଲେ ମଧ୍ୟ ସ୍ବାଧୀନତା ର ପରବର୍ତ୍ତୀ କାଳରେ ଏମାନଙ୍କ ଦ୍ବାରା ପ୍ରସ୍ତୁତ ଛଣ ପଟି ବୌଦ୍ଧ କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା ।

Body:ଲାଣ୍ଡିବନ୍ଧ ଗ୍ରାମରେ ବାସକରୁଥିବା ଗଣ୍ଡ ସଂପ୍ରଦାୟର କୌଳିକ ବୃତ୍ତି ହେଲା ପଟି ବା ମସିଣା ବୁଣିବା ଏବଂ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିବା ।ମସିଣା ନିମନ୍ତେ ଜଙ୍ଗଲରୁ ଧାମଣ ପଟ୍ଟ ସଂଗ୍ରହ ସହ ନଦୀରୁ ଛଣ ସଂଗ୍ରହ କରି ବିଧି ମୁତାବକ ମସିଣା ବୁଣାଯାଇଥାଏ ।ଗୋଟିଏ ଗୋଟିଏ ମସିଣା ବୁଣିବା ନିମନ୍ତେ ଦୁଇ ରୁ ତିନି ଦିନ ସମୟ ଲାଗୁଥିବା ବେଳେ ବଜାରରେ ପ୍ରାୟ ଦୁଇ ଶହ ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଏ ।ଖରାଦିନର ଶରୀର ପାଇଁ ଅତ୍ୟନ୍ତ ହିତକାରୀ ଏହି ମସିଣାର ଚାହିଦା ଟିକେ ଅଧିକ ରହିଥାଏ ।କିନ୍ତୁ ବର୍ତ୍ତମାନ ପିଢ଼ି ଏହି କୌଳିକ ବୃତ୍ତରୁ ମୁହଁ ଫେରାଇବା ସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପାରମ୍ପରିକ ବୃତ୍ତି ବନ୍ଦ ହେବା ଅବସ୍ଥାରେ ପହଞ୍ଚିଲାଣି ।

Conclusion:ବାଇଟ-୧-ସବିତା ନାଏକ, ମସିଣା ବୁଣାଳୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.