ବୌଦ୍ଧ: ବାଉଁଶୁଣୀ ଲୋକ ମହୋତ୍ସବରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି 3ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କନ୍ଧରିଆପଡାର ମାନସ ଭୋଇ, ବାଉରୀ ଝାରକଟାର ସୁନିଲ ଖଟୁଆ ଓ ଯମଘାଟିର ମକରଧ୍ବଜ ପ୍ରଧାନ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବାଉଁଶୁଣୀ ମେଳାର ଦ୍ବିତୀୟ ସନ୍ଧ୍ୟାରେ ସାଜସଜ୍ଜା ଚାଲିଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କି ଫାଟିଥିଲା । ଫଳରେ ଘଟିଛି ଏହି ଅଘଟଣ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ