ETV Bharat / state

କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମାଗଣାରେ ମାସ୍କ ବଣ୍ଟନ

କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମାଗଣାରେ ମାସ୍କ ବଣ୍ଟନ । ବୌଦ୍ଧ ଜିଲ୍ଲାର ଏକ ମହିଳା ଉଦ୍ୟୋଗୀ ବଢାଇଲେ ସହଯୋଗର ହାତ । ଅଧିକ ପଢନ୍ତୁ..

କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମାଗଣାରେ ମାସ୍କ ବଣ୍ଟନ
Free mask distributes by NGO
author img

By

Published : Mar 24, 2020, 2:37 PM IST

ବୌଦ୍ଧ: କୋରୋନା ସଂକ୍ରମଣରୁ ବର୍ତ୍ତିବା ସହଯୋଗର ହାତ ବଢାଇଲେ ବୌଦ୍ଧ ମହିଳା ଉଦ୍ୟୋଗୀ । ମାଗଣାରେ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ବାଣ୍ଟିଲେ ମାସ୍କ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଆଜି ମଧ୍ୟ ରାତ୍ରିରୁ ବୌଦ୍ଧ ଜିଲ୍ଲାରେ ଲାଗୁ ହେବ ଲକ ଡାଉନ । ହେଲେ ଠିକ ତା ପୂର୍ବରୁ ଆଜି ପୋଡାପୋଡା ଠାରେ ଥିବା ଶ୍ରୀ ଜଗନ୍ନାଥ ମହିଳା ସିଲେଇ ଶିକ୍ଷା କେନ୍ଦ୍ର ପକ୍ଷରୁ ବ୍ରିଜ ଛକ ନିକଟରେ ଥିବା କୁଷ୍ଠାଶ୍ରମରେ କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବଣ୍ଟା ଯାଇଛି ମାସ୍କ । ଏହା ସହ ସେମାନଙ୍କୁ ସଚେତନ କରାଯାଇଛି ।

Free mask distributes by NGO

ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀ ଜୟନ୍ତୀ ଷଡଙ୍ଗୀଙ୍କ ସହିତ ବୌଦ୍ଧ ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଓ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର ଯୋଗଦେଇ ଅନ୍ତେବାସୀଙ୍କୁ ମାସ୍କ ପ୍ରଦାନ କରିଥିଲେ । ମହିଳା ସଙ୍ଗଠନର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.