ବୌଦ୍ଧ: ବିପଦରେ ବନ୍ୟ ସମ୍ପଦ ଓ ବନ୍ୟ ଜନ୍ତୁ । କେଉଁଠି ଜଙ୍ଗଲ କର୍ମଚାରୀ ବେଆଇନ ଗଞ୍ଜେଇ ଚାଷ ସହ ଚୋରା କାଠ ଚାଲାଣ କରୁଥିବା ବେଳେ ଅନ୍ୟ କେଉଁଠି ଜଙ୍ଗଲ କର୍ମଚାରୀ ଜୀବନକୁ ବାଜି ଲଗାଇ ଶିକାରୀକୁ କାବୁ କରୁଛନ୍ତି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜ ମଧ୍ୟରୁ ମାଧପୁର ବନାଞ୍ଚଳରେ ସର୍ବାଧିକ ବନ୍ୟଜନ୍ତୁ ରହିଥିବା ବେଳେ ଶୀକାରୀଙ୍କ ଲୋଲୁପ ଦୃଷ୍ଟି ଅଧିକାଂଶ ସମୟରେ ସେମାନଙ୍କ ଉପରେ ପଡିଥାଏ । ଗୋଟିଏ ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଅଞ୍ଚଳରେ ବନ କର୍ମଚାରୀମାନେ ଦୁଇଟି ପୃଥକ ସ୍ଥାନରୁ 19 କେଜି ବାରହା ମାଂସ ଜବତ ସହିତ ଚାରିଜଣ ଶିକାରୀକୁ ଗିରଫ କରି ଗୋଟିଏ ବାଇକ ଓ ଛୁରୀକୁ ଜବତ କରିଛି ।
ସେପଟେ କିନ୍ତୁ ମନମୁଣ୍ଡା ବନାଞ୍ଚଳର ଜଣେ ଜଙ୍ଗଲୀ ବାବୁଙ୍କ ଇସାରାରେ ଚାଲିଛି ବେଆଇନ କାରବାର। ସଂରକ୍ଷିତ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ସହିତ ଚୋରା କାଠ ଚାଲାଣରେ ବାବୁଙ୍କ କୁଆଡେ ପ୍ରଛଦ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ