ETV Bharat / state

ଶିମିଳିପାଳ ଗୁଳିକାଣ୍ଡ: ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ବୌଦ୍ଧ ବନସେବା ସଂଘ - ଜଙ୍ଗଲ ବିଭାଗର କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପାଞ୍ଚ ଦଫା ଦାବିରେ ଜିଲ୍ଲାର ଉଭୟ କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

forest service association protest
forest service association protest
author img

By

Published : Jun 28, 2023, 12:35 PM IST

forest service association protest

ବୌଦ୍ଧ: ଶିମିଳିପାଳରେ ହୋଇଥିବା ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା । ଏହାକୁ ପ୍ରତିବାଦ କରି ଗତକାଲି ଜିଲ୍ଲାର ଶତାଧିକ ବନ କର୍ମଚାରୀ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହ ଶତାଧିକ ବନ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ ସହିତ ବିଭିନ୍ନ ଦାବିର ବିଚାର କରାଯିବାକୁ ଦାବି କରିଛନ୍ତି । ତେବେ ବିଶେଷ ଭାବରେ ଏସ ଏସ ଏଫ ଗଠନ କରାଯିବା, ସ୍ପେଶାଲ ଓ୍ବେଲଫେୟାର ଫଣ୍ଡ, ସର୍କଲ ପୁନର୍ଗଠନ, ପରିସୀମା ପୁନଃ ସମୀକ୍ଷା, ଅନୁକମ୍ପା ମୂଳକ ରାଶି ଭଳି ପାଞ୍ଚଟି ଦାବି ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ବନ କର୍ମଚାରୀଙ୍କ ଦାବି ମୁତାବକ, ଏସଏସଏଫ କର୍ମଚାରୀଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଉଭୟଙ୍କୁ ବାର ଘଣ୍ଟିଆ ଡ୍ୟୁଟି ସହିତ ସର୍ଭିସ ରିଭଲଭର ଯୋଗାଇ ଦେଇ ଦୁଇ ଲେଖାଏଁ ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଁ ଦାବି କରାଯାଇଛି । ଏହାଛଡା ବନ କର୍ମଚାରୀଙ୍କ ମାସିକ ଦରମାରୁ 100 ଟଙ୍କା ଲେଖାଏଁ ସଭ୍ୟ ଚାନ୍ଦାକୁ ରଦ୍ଦ କରାଯାଇ ସରକାର ଏକ ସ୍ବତନ୍ତ୍ର ଓ୍ବେଲଫେୟାର ଫଣ୍ଡ ଗଠନ ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି । ସେହିପରି ବର୍ତ୍ତମାନ ଓଡିଶାରେ ଥିବା ୮ଟି ସର୍କଲକୁ ବାତିଲ କରି ୧୨ଗୋଟି ସର୍କଲ ପ୍ରତିଷ୍ଠା କରିବା ସହ ସେକ୍ସନ ଏରିଆ ପୁନଃ ସମୀକ୍ଷା ନିମନ୍ତେ ଦାବି କରାଯାଇଛି । ତେଲେଙ୍ଗାନା ରାଜ୍ୟ ଢାଞ୍ଚାରେ ଓଡ଼ିଶାର ବନ କର୍ମଚାରୀଙ୍କୁ ସମସ୍ତ ପ୍ରକାରର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ତେବେ ବିଭିନ୍ନ ଜିଲ୍ଲାର ରେଞ୍ଜ ଗୁଡିକରେ ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀଙ୍କ ଅଭାବ ସତ୍ତ୍ବେ ଅନେକ ସମୟ ବେଆଇନ ଗଞ୍ଜେଇ ଠାରୁ ନେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜଙ୍ଗଲ ସମ୍ପଦର ସୁରକ୍ଷା କ୍ଷେତ୍ରରେ ବନ କର୍ମଚାରୀ ମାନେ ନିଜକୁ ନିୟୋଜିତ କରିଥାନ୍ତି । ତେଣୁ ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଠୋସ ପଦକ୍ଷେପ ଗ୍ରହଣ କରିବେ ବୋଲି ବୌଦ୍ଧ ବନ ସେବା ସଂଘ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- Ranger Killed By Poacher Case: 'ଫରେଷ୍ଟ ଗାର୍ଡଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ନିଆଯାଉଛି ପଦକ୍ଷେପ'

ପ୍ରକାଶ ଥାଉକି, ଗତ ମେ ୨୩ ତାରିଖରେ ମଧ୍ୟ ଜଣେ ବନ ବିଭାଗ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ୍ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ମୃତକ ବିମଲ ପାଟ୍ରୋଲିଂରେ ଯାଇଥିବା ସମୟରେ ୫ ଜଣ ଶିକାରୀଙ୍କ ହାବୁଡରେ ପଡିଥିଲେ । ଶିକାରୀ ମାନେ ଅତର୍କିତ ଭାବେ ବନ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କ ବାମ ପଟ ଛାତିରେ ଗୁଳି ବାଜି ଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.