ETV Bharat / state

ଜଙ୍ଗଲରେ ନିଆଁ ଲାଗିବା ଘଟଣା, ଜଙ୍ଗଲ ଓ କେନ୍ଦୁପତ୍ର ବିଭାଗ ମୁହାଁମୁହିଁ

author img

By

Published : Mar 16, 2021, 2:07 PM IST

ବୌଦ୍ଧ ଜିଲ୍ଲା ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ କେନ୍ଦୁପତ୍ର କର୍ମଚାରୀଙ୍କୁ ଫସାଇ ଦିଆଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦୁପତ୍ର ଡିଏଫଓ । ଅଧିକ ପଢନ୍ତୁ...

ଜଙ୍ଗଲ ଓ କେନ୍ଦୁପତ୍ର ବିଭାଗ ମୁହାଁମୁହିଁ
ଜଙ୍ଗଲ ଓ କେନ୍ଦୁପତ୍ର ବିଭାଗ ମୁହାଁମୁହିଁ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଳି ଯାଇଛି ଏକର ଏକର ଜଙ୍ଗଲ । ନିଆଁ ଲାଗିବା କାରଣକୁ ନେଇ ବନଖଣ୍ଡ ବିଭାଗ ଓ କେନ୍ଦୁପତ୍ର ବିଭାଗ ମୁହାଁମୁହିଁ ହୋଇଛନ୍ତି ।

ଜଙ୍ଗଲରେ ନିଆଁଲାଗିବା ଘଟଣା

ଜଙ୍ଗଲରେ ଲାଗୁଛି ନିଆଁ । ଏହାର ତାତି ବର୍ତ୍ତମାନ ଜଙ୍ଗଲ ବିଭାଗ ଓ କେନ୍ଦୁପତ୍ର ବିଭାଗରେ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବିଗତ କିଛି ଦିନ ହେଲା ନିଆଁ ଲାଗିଥିଲା । ଏହାକୁ ଜଙ୍ଗଲ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ମିଶି ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ କେତେକ ଦୁର୍ବୃତ୍ତ ଜଙ୍ଗଲରେ ବାରମ୍ବାର ନିଆଁ ଲଗାଇ ଦେଉଥିବା ଅଭିଯୋଗ ପରେ ଜଙ୍ଗଲ ବିଭାଗ ଆକ୍ସନ ମୁଡକୁ ଆସି ବ୍ୟାପକ ଚଢ଼ାଉ ସହ ପାଟ୍ରୋଲିଂକୁ କଡାକଡି କରିଥିଲା ।

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଆଠ ଜଣଙ୍କୁ ଭିନ୍ନ ଭିନ୍ନ ଅଞ୍ଚଳରୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ବନ୍ଧୁକ,ଗୁଳି,ବାରୁଦ ଓ ଡିଆସିଲି ଭଳି ସାମଗ୍ରୀ ମଧ୍ୟ ଜଵତ ହୋଇଥିଲା । ଗିରଫ ମାନଙ୍କ ମଧ୍ୟରେ କିଛି କେନ୍ଦୁପତ୍ର କର୍ମଚାରୀ ଥିବା ଜଣାପଡିଛି ।

ବନବିଭାଗ ସେମାନଙ୍କୁ ଜବରଦସ୍ତ ଗିରଫ କରି ଜଙ୍ଗଲରେ ନିଆଁ ଲଗାଇଥିବା ସ୍ବୀକାର କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛି କେନ୍ଦୁପତ୍ର ବିଭାଗ ଡିଏଫଓ । ଏହାର କଡା ଜବାବ ରଖିଛି ବନଖଣ୍ଡ ଅଧିକାରୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁଲାଗିବା ଘଟଣାରେ କେନ୍ଦୁପତ୍ର ବିଭାଗର ଭୂମିକା ସନ୍ଦେହଜନକ ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଏଭଳି ପାଲଟା ଅଭିଯୋଗ ଏବେ ନିଆଁରେ ଘିଅ ଢାଳିବା ସଦୃଶ ହୋଇଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.