ETV Bharat / state

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ସମୀକ୍ଷା କଲେ ଜଙ୍ଗଲ ମନ୍ତ୍ରୀ - ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ସମୀକ୍ଷା

ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

Pradip Kumar Amat reviewed rail project work
ଜଙ୍ଗଲ ମନ୍ତ୍ରୀଙ୍କ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ସମୀକ୍ଷା
author img

By

Published : Mar 5, 2023, 9:54 AM IST

ଜଙ୍ଗଲ ମନ୍ତ୍ରୀଙ୍କ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ସମୀକ୍ଷା

ବୌଦ୍ଧ: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଜିଲ୍ଲା ପ୍ରଶାସନର ସହଯୋଗରେ ଉଭୟ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ସମୀକ୍ଷା କରାଯାଇଛି ।

ପାଞ୍ଚଟି ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ ଏହି ପ୍ରକଳ୍ପର ସର୍ବାଧିକ ପଥ ଅତିକ୍ରମ କରୁଥିବା ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳର ଅଧିକାଂଶ ଅଞ୍ଚଳରେ ଜଙ୍ଗଲ ଜମି ଅଧିଗ୍ରହଣକୁ ନେଇ ଏହାର ଭାଗ୍ୟ ଭବିଷ୍ୟତ ନିର୍ଭର କରୁଥିଲା । କିନ୍ତୁ ଗତ କିଛି ଦିନ ତଳେ କେନ୍ଦ୍ରର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବା ପରେ ବର୍ତ୍ତମାନ ଏହାର ନିର୍ମାଣ ସମ୍ପୂର୍ଣ୍ଣ ଉପରେ ସମସ୍ତଙ୍କ ନଜର ରହିଛି । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ଅତିକ୍ରମ କରୁଥିବା ବୌଦ୍ଧ ଜିଲ୍ଲାରେ ଶନିବାର ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଭୟ ରେଳ ବିଭାଗ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ସମୀକ୍ଷା କରିଛନ୍ତି ।

ଏହା ବି ପଢନ୍ତୁ...ଫୋକସରେ ପଶ୍ଚିମ ଓଡିଶା, ଲୋକାର୍ପଣ ହେବ ବିଜୁ ଏକ୍ସପ୍ରେସ ୱେ

ଏହି ରେଳପଥ କେବଳ ବୌଦ୍ଧ ଜିଲ୍ଲାରେ 100 କିଲୋମିଟରରୁ ଊର୍ଦ୍ଧ୍ବ ପଥ ଅତିକ୍ରମ କରୁଥିବା ବେଳେ ମନମୁଣ୍ଡା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟରେ କୌଣସି ବାଧକ ନଥିଲା । କିନ୍ତୁ ଚାରିଛକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ଥିବା ରାସ୍ତାରେ ବ୍ୟାପକ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କାରଣରୁ ଏହି ପ୍ରକଳ୍ପର ଭାଗ୍ୟ ଝୁଲି ରହିଥିଲା । ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ବାଧକ ଥିବା ଜଙ୍ଗଲ ଜମି ନେଇ ଗତ କିଛି ଦିନ ପୂର୍ବରୁ କେନ୍ଦ୍ରର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ମିଳିବା ପରେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ ପାଇଛି ।

ଶନିବାର ବୌଦ୍ଧ ବିଧାୟକ ତଥା ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଜିଲ୍ଲା ପ୍ରଶାସନର ସହଯୋଗରେ ଉଭୟ ଜଙ୍ଗଲ ବିଭାଗ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାର ସମୀକ୍ଷା କରିଛନ୍ତି । ବିଶେଷ ଭାବରେ ଏହି ରେଳପଥ ଦ୍ବାରା ପ୍ରଭାବିତ ଜଙ୍ଗଲ, ପରିବେଶ, ଜୀବନ ଜୀବିକା, ଜଳସେଚନ, ପ୍ରଦୂଷଣ, ଉନ୍ନୟନ ପ୍ରକଳ୍ପ ଓ ବନ୍ୟଜନ୍ତୁ ଯେଭଳି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିଲା । ସମୀକ୍ଷା ବୈଠକରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ବନାଗ୍ନି ଓ ସର୍ବୋପରି ବିସ୍ଥାପନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାଛଡା ଅରଣ୍ୟଗଡ ଠାରୁ ନେଇ ମନମୁଣ୍ଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରେଳପଥ ରହଣୀ ଓ ଏହାର ନାମକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ମୁଣ୍ଡାପଡା ଠାରେ ପ୍ରସ୍ତାବିତ ରେଳ ରହଣୀ ବାଉଁଶୁଣୀ ଠାରେ କରାଯିବାକୁ ମତ ପ୍ରକାଶ ପାଇଥିଲା ।

ଗତ ଫେବୃଆରୀ 12 ତାରିଖରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ମିଳିଥିଲା । ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 112 କିଲୋମିଟରରୁ 180 କିଲୋମିଟର ମଧ୍ୟରେ 68 କିମି ରେଳ ଲାଇନ ପାଇଁ ଜଙ୍ଗଲ ଜମି ଅନୁମୋଦନ ଦିଆଯାଇଥିଲା । ଏହି ପ୍ରକଳ୍ପ ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.