ETV Bharat / state

ଢାବାରେ ବେଆଇନ ମଦ କାରବାର, 3 ଗିରଫ

author img

By

Published : Apr 16, 2021, 7:47 PM IST

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଥିବା ଢାବା ଚୋରା ଗଞ୍ଜେଇ ଓ ମଦ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି । ଅଧିକ ପଢନ୍ତୁ...

ଢାବା ନାଁରେ ବେଆଇନ କାରବାର, ବିପୁଳ ବିଦେଶୀ ମଦ ଜବତ

ବୌଦ୍ଧ: ଢାବା ନାଁରେ ଚାଲିଛି ବେଆଇନ କାରବାର । ଚୋରା ଗଞ୍ଜେଇ ଚାଲାଣ ଓ ଚୋରା ମଦ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଥିବା ଢାବାରେ ଶେଷରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଢାବାରେ ଖାଦ୍ୟ ବ୍ୟବସାୟ ନାଁରେ ଚୋରା ଗଞ୍ଜେଇ ଚାଲାଣ ଓ ମଦ ବ୍ୟବସାୟ ଭଳି ବେଆଇନ ବେପାର ବେଧଡକ ଚାଲିଥିଲା ।

ଆଜି ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାବାରେ ଚଢ଼ାଉ କରି ଶହଶହ ଲିଟର ବିଦେଶୀ ମଦ ଜବତ କରିଛି । ଆଜି ଗୋଟିଏ ଦିନରେ ଅବକାରୀ ବିଭାଗ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଏ ସମ୍ପର୍କରେ ତିନି ଜଣଙ୍କୁ ଗିରଫ କରିଛି । ତେବେ ଢାବାର ମାଲିକ ଫେରାର ହୋଇଯାଇଥିବାରୁ ଉଭୟ ପୋଲିସ ଓ ଅବକାରୀ ବିଭାଗର ସ୍କାନରରେ ମାଫିଆ ମାଲିକ ରହିଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.