ETV Bharat / state

ହଜିଯିବ କି ବୌଦ୍ଧର ଲୋକବାଦ୍ୟ ଧୁନକେଲୀ - ପାରମ୍ପରିକ ଲୋକବାଦ୍ୟ ଧୁନକେଲୀ

ବୌଦ୍ଧ ଜିଲ୍ଲାରେ ଅବଲୁପ୍ତର ଦ୍ବାର ଦେଶରେ ଦଣ୍ଡାୟମାନ ପାରମ୍ପରିକ ଲୋକବାଦ୍ୟ ଧୁନକେଲୀ । ରାଜ୍ୟ ସ୍ତରରେ ପରିଚିତ କରାଇବା ପାଇଁ ଉଦ୍ୟମ । ଅଧିକ ପଢନ୍ତୁ

Folk music dhunakeli
Folk music dhunakeli
author img

By ETV Bharat Odisha Team

Published : Aug 31, 2023, 12:34 PM IST

Folk music dhunakeli

ବୌଦ୍ଧ: ଲୁପ୍ତପ୍ରାୟ ଲୋକବାଦ୍ୟ ଓ ଲୋକକଳାକୁ ବଞ୍ଚାଇ ରଖିବାକୁ ଉଦ୍ୟମ । ବୌଦ୍ଧ ଜିଲ୍ଲାର ବିଭିନ୍ନ କୈଳାସୀ କୁଠିଘରେ ପୂଜାପାଇ ବାଦନ ହେଉଥିବା ଧୁନକେଲୀ ଭଳି ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବା ସହିତ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରିବା ନିମନ୍ତେ ପ୍ରୟାସ କରାଯାଉଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କୈଳାସୀ କୁଠିଘରେ ପୂଜା ପାଇ ବର୍ଷର ବିଶେଷ ସମୟରେ ବାଦନ ହେଉଥିବା ପାରମ୍ପରିକ ଲୋକବାଦ୍ୟ ଧୁନକେଲୀ ଧିରେ ଧିରେ ଅବଲୁପ୍ତର ଦ୍ୱାରଦେଶରେ ଦଣ୍ଡାୟମାନ ହୋଇଛି । ଏକ ସ୍ବତନ୍ତ୍ର ମାଟି ହାଣ୍ଡି ଉପରେ ବାଉଁଶ କୁଲାକୁ ଘୋଡାଇ ବିଶେଷ ବାଡ଼ିର ଘର୍ଷଣରେ ସୃଷ୍ଟି ହେଉଥିବା ବାଦ୍ୟସ୍ବର ସହିତ ଦେବୀ ବନ୍ଦନା ଗାୟନ କରାଯାଇଥାଏ । ଆଧୁନିକ ବାଦ୍ୟ ଯନ୍ତ୍ର ମଧ୍ୟରେ ଧୁନକେଲୀ ଭଳି ପ୍ରାଚୀନ ତଥା ପାରମ୍ପାରିକ ବାଦ୍ୟ କଳା ନିଜ ଅସ୍ତିତ୍ଵ ହଜାଇବାରେ ଲାଗିଛି । ତେଣୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପାରମ୍ପାରିକ ବାଦ୍ୟକଳାକୁ ରାଜ୍ୟ ସ୍ତରରେ ପରିଚିତ କରାଇବା ନେଇ ପ୍ରଚେଷ୍ଟା କରାଯାଇଛି ।

ଏନେଇ ଜିଲ୍ଲାର ଡୁମୁରିଵେଡାର କିଛି ଯୁବଗୋଷ୍ଠୀ ଓ ସ୍ଥାନୀୟ କଳାକାର ପ୍ରାଣୀ କଲ୍ୟାଣ ମଞ୍ଚ ମାଧ୍ୟମରେ ଏଭଳି ପାରମ୍ପରିକ ଲୋକ ସଂସ୍କୃତି ଓ ଲୋକବାଦ୍ୟକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରିଛନ୍ତି । ବିଶେଷ ଭାବରେ ଏହି ପାରମ୍ପରିକ ଧୁନକେଲୀ ବାଦ୍ୟ ଗ୍ରାମାଞ୍ଚଳରେ ଥିବା କୈଳାସୀ କୁଠିଘରେ ପୂଜାପାଇ ବାଦନ ହେଉଥିବା କାରଣରୁ ଗ୍ରାମାଞ୍ଚଳରେ ଏ ସମ୍ପର୍କରେ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଏଥିରେ ସଂଗୀତ ନାଟକ ଏକାଡେ଼ମୀର ସଦସ୍ୟ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଓ ଅନ୍ୟାନ୍ୟ ଗବେଷକମାନେ ଯୋଗ ଦେଇ ଏଭଳି ପାରମ୍ପରିକ ଲୋକବାଦ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ଲୁପ୍ତ ହେବାକୁ ବସିଛି ବୌଦ୍ଧର ପତର ଶଉରା ଲୋକନୃତ୍ୟ, ପୁନରୁଦ୍ଧାର ପାଇଁ ଦାବି

ଏହା ଛଡା ବୌଦ୍ଧ ଅଞ୍ଚଳରୁ ସୃଷ୍ଟି ହୋଇଥିବା ଦଣ୍ଡନାଚରେ ପ୍ରଦର୍ଶିତ ଷୋହଳ ସୁଆଙ୍ଗ ନୃତ୍ୟକଳା ମଧ୍ୟ ଲୁପ୍ତ ହେବାରେ ଲାଗିଛି । ବିଶେଷ ଭାବରେ ଦଣ୍ଡ ସୁଆଙ୍ଗର ଝାଲିଆ ଶବର,ପତ୍ର ଶଉରା, ନଚନିଆ, ବଜନିଆ ଭଳି ଅନେକ ପାରମ୍ପରିକ ଲୋକ ସଂସ୍କୃତି ବର୍ତ୍ତମାନ ଲୁପ୍ତ ହୋଇଆସୁଛି । ଏନେଇ ଗ୍ରାମାଞ୍ଚଳର ଉତ୍ସାହୀ ଯୁବ ଗୋଷ୍ଠୀଙ୍କ ଦ୍ଵାରା ଏଭଳି ଲୋକକଳା ଓ ସଂସ୍କୃତିର ପୁନଃରୁଦ୍ଧାର ସହିତ ଏହାକୁ ନେଇ ରାଜ୍ୟ ସ୍ତରରେ ପରିଚିତ କରାଇବା ପାଇଁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.