ETV Bharat / state

ଦୁର୍ଦ୍ଦିନରେ କଳାକାର, ଗଠନ ହୋଇପାରୁନି କଳାକାର ସଂଘ

author img

By ETV Bharat Odisha Team

Published : Sep 9, 2023, 2:21 PM IST

Updated : Sep 9, 2023, 3:29 PM IST

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ । ଏନେଇ ଅନେକ ବର୍ଷୀୟାନ କଳାକାର ସରକାରୀ ସ୍ବୀକୃତି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ

ବୌଦ୍ଧ: କଳାର ରାଜ୍ୟରେ ଉପେକ୍ଷିତ କଳାକାର । ବୌଦ୍ଧ ଜିଲ୍ଲାର କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ । ଜିଲ୍ଲାର ୩ଟି ବ୍ଲକର ଏଭଳି ଶହ ଶହ କଳାକାର ରହିଛନ୍ତି ଯେଉଁମାନେ ଜିଲ୍ଲାର ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାରେ ସହାୟକ ହୋଇ ପାରିଛନ୍ତି । କିନ୍ତୁ ଜିଲ୍ଲାର ଏଭଳି ଲୋକକଳା ସହ ଜଡିତ କଳାକାରଙ୍କୁ ଚିହ୍ନଟ କରାଯାଉ ନାହିଁ । ଫଳରେ ଅନେକ ବର୍ଷୀୟାନ କଳାକାର ସରକାରୀ ସ୍ବୀକୃତି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଦୀର୍ଘ ବର୍ଷ ଧରି ଜିଲ୍ଲାର କଳାକାର ସଂଘ ପୁନର୍ଗଠନ ହୋଇ ପାରି ନ ଥିବା ବେଳେ ସଂସ୍କୃତି ବିଭାଗର କାର୍ଯ୍ୟଶୈଳୀକୁ ନେଇ ଅଡ଼ୁଆରେ ସଂସ୍କୃତି ବିଭାଗ । ଯାହାକି ସମ୍ପୂର୍ଣ୍ଣ ଭାବରେ ଅପାରଗ ହୋଇ ପଡିବା ସହିତ କଳାକାରଙ୍କ ମଧ୍ୟରେ ଗୋଷ୍ଠୀ ସୃଷ୍ଟି କରି ତା'ର ମଜା ଉଠାଉଛନ୍ତି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ବର୍ଷୀୟାନ କଳାକାର ରହିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଉପରେ ନଜର ପକାଇ ନାହିଁ । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର କଳା ମାଧ୍ୟମରେ ସରକାରୀ ଯୋଜନାର ସଫଳତା ପ୍ରଚାର ପାଇଁ ଘୋଷଣା କରିବା ପର ଠାରୁ ହଠାତ୍ ଜିଲ୍ଲାର କଳାକାର ସଂଘ ବେଶ ସକ୍ରିୟ ହୋଇ ଉଠିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା କଳାକାର ସଂଘ ଓ ବ୍ଲକ କଳାକାର ସଂଘ ଦୀର୍ଘ ୧୨ ବର୍ଷ ହେଲା ପୁନର୍ଗଠନ ହୋଇନଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କିନ୍ତୁ ବର୍ତ୍ତମାନ ସରକାର ଘୋଷଣା କରିଥିବା ପ୍ରଚାର ପ୍ରସାର ପାଇଁ ଏହି ଅବୈଧ ସଂଘ କାହିଁକି ଏତେଟା ସକ୍ରିୟ ହୋଇ ଉଠିଛନ୍ତି ବୋଲି ସେନେଇ ଉଠିଛି ପ୍ରଶ୍ନ ଉଠିଛି । ତେବେ ଜିଲ୍ଲା କଳାକାର ସଂଘ ର ପୁନର୍ଗଠନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଓଲଟି ଉକ୍ତ ପୁରୁଣା ସଂଘକୁ ବୈଧ ପାଇଁ ଉଦ୍ୟମ କରି ସାଧାରଣରେ ହାସ୍ୟାସ୍ପଦ ହୋଇଛନ୍ତି ।

ଏହାଛଡା ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ସଂସ୍କୃତି ଅଧିକାରୀ ପଦବୀ ଖାଲିଥିବା ବେଳେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଜିଲ୍ଲାର କଳାକାରଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଗୁରୁତର ତ୍ରୁଟିକୁ ଖୋଦ ବ୍ଲକ କଳାକାର ସଂଘର ଉପସଭାପତି ସ୍ବୀକାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନିଆରା କଳାକାର ବୀର କିଶୋର, ନାକରେ ବଜାନ୍ତି ବାଜା

ସେହିପରି ଜିଲ୍ଲାର ତିନୋଟି ବ୍ଲକର କଳାକାରଙ୍କୁ ସରକାରୀ ଯୋଜନାର ସଫଳତା ପ୍ରଚାର ପାଇଁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲାର କଳା ସଂସ୍କୃତି ସମ୍ପର୍କରେ ଅନଭିଜ୍ଞ ବ୍ୟକ୍ତିଙ୍କୁ ଏଭଳି ତାଲିମ ପ୍ରଦାନରେ ସାମିଲ କରାଯାଇଥିବାରୁ ଅନେକ ସଂସ୍କୃତି ପ୍ରେମୀ ନାପସନ୍ଦ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ କଳାକାରଙ୍କ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 9, 2023, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.