ETV Bharat / state

କୂଳ ଲଙ୍ଘୁଛି ମହାନଦୀ, ଆତଙ୍କିତ ନଦୀକୂଳିଆ ଲୋକେ - କୂଳ ଲଙ୍ଘୁଛି ମହାନଦୀ

ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ତଳିଆ ଅଞ୍ଚଳ ଜଳାର୍ଣ୍ଣବ । ସେପଟେ ମହାନଦୀ କୂଳ ଲଙ୍ଘୁ ଥିବାରୁ ଆତଙ୍କିତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

କୂଳ ଲଙ୍ଘୁଛି ମହାନଦୀ,ଆତଙ୍କିତ ନଦୀକୂଳିଆ ଲୋକେ

author img

By

Published : Aug 12, 2022, 2:44 PM IST

ବୌଦ୍ଧ: ଗତ ଚାରି ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାଛଡା ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର କେତେକ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

କୂଳ ଲଙ୍ଘୁଛି ମହାନଦୀ,ଆତଙ୍କିତ ନଦୀକୂଳିଆ ଲୋକେ

ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ ନଦୀ, ବାଘନଦୀ, ମେହେରୁଣୀନଦୀ ଓ ଅନେକ ପାହାଡି ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ନଦୀ କୂଳ ଲଙ୍ଘୁଛି ଥିବାରୁ ନଦୀକୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯାହାକୁ ନେଇ ଜିଲ୍ଲାର ମନମୁଣ୍ଡା, ବାଉଁଶୁଣୀ, ତେନ୍ତୁଳିପାଲି, କରଡି, ଖଣ୍ଡିଧଳପୁର, ପାଣିଘରା ସହିତ ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପାଞ୍ଚଳବାସୀ ଚିନ୍ତାରେ ରହିଛନ୍ତି ।

ପ୍ରତ୍ୟେକ ବର୍ଷ ମହାନଦୀ କୂଳ ଲଙ୍ଘୁ ଥିବାରୁ ପଥର ପ୍ୟାଚିଂ ସହିତ ରିଂ ବନ୍ଧ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, "ମହାନଦୀରେ ବନ୍ୟା ପାଣି ଯୋଗୁଁ ତଳ ମୁଣ୍ଡରେ ଥିବା ସାତକୋଶିଆ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୁମ୍ଭୀରମାନେ ମହାନଦୀର ବିଭିନ୍ନ ସ୍ଥାନକୁ ଚାଲିଆସୁଛନ୍ତି ।" ଗୁରୁବାର ଏଭଳି ଏକ କୁମ୍ଭୀର କରଡି ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି ।

ବୌଦ୍ଧ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.