ETV Bharat / state

କଣ୍ଟାମାଳ ବୁଡ଼ାଇଲା ତେଲନଦୀର ବନ୍ୟାଜଳ, ବର୍ଷା କମିବାରୁ ଆଶ୍ବସ୍ତି - flood in tel river

ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ପଶିଛି । ତଳିଆ ଅଞ୍ଚଳରେ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଅଧିକ ପଢ଼ନ୍ତୁ

flood situation in boudh
ତେଲନଦୀରେ ବନ୍ୟା ପରିସ୍ଥିତି
author img

By ETV Bharat Odisha Team

Published : Sep 15, 2023, 7:04 PM IST

ତେଲନଦୀରେ ବନ୍ୟା ପରିସ୍ଥିତି

ବୌଦ୍ଧ: ଲଗାଣ ବର୍ଷା ଯୋଗୁଁ ତେଲନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ଜଳ ଘେରରେ ରହିଛି । କେତେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଥିବାବେଳେ ଅନେକ ଗରିବ ଅସହାୟ ପରିବାର ପାଇଁ ଏଭଳି ବନ୍ୟା ଦୁଃଖ ଆଣି ଦେଇଛି । ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ସହିତ ଏହି ବନ୍ୟାଜଳ ଦ୍ବାରା ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଅନେକ ଗରିବ ଅସହାୟ ଲୋକଙ୍କ ପାଇଁ ଏହି ବନ୍ୟା ଦୁଃଖ ଆଣି ଦେଇଛି । ଗୁରୁବାର ଦିନ ତମାମ ବନ୍ୟାଜଳ ବିଭିନ୍ନ ତଳିଆ ଅଞ୍ଚଳରେ ବିତ୍ପାତ କରିଥିବାବେଳେ ବର୍ତ୍ତମାନ ବନ୍ୟା ଆଶଙ୍କା ଟଳିଛି ।

ଲଗାଣ ବର୍ଷା ଫଳରେ ତେଲନଦୀରେ ବନ୍ୟାଜଳ ପ୍ରବାହିତ ହେବା ସହିତ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗୁରୁବାର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ କେତେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେଲନଦୀ ନିକଟରେ ଅବସ୍ଥିତ ଗୁଆବାହାଲ ଗାଁରେ ପ୍ରାୟ 4 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନେକ ସ୍ଥାନରେ କଚ୍ଚା ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ତେବେ କଣ୍ଟାମାଳଠାରୁ ଘଣ୍ଟାପଡ଼ା ପର୍ଯ୍ୟନ୍ତ ରାଜ୍ୟ ରାଜପଥ ଉପରେ ଗୁରୁବାର ଦିନ ତମାମ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ମୋଟର ଅଟକି ରହିଥିଲା । ଘଣ୍ଟାପଡା ପଞ୍ଚାୟତର ସମଲେଶ୍ଵରୀ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନେକ ସ୍ଥାନରେ ଗରିବ ଲୋକମାନଙ୍କ ମାଟି ଘର ଭୁଷୁଡି ପଡ଼ିଥିବା ସୂଚନା ମିଳିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ତେବେ ଶୁକ୍ରବାର ବର୍ଷାର ପରିମାଣ କମିବା ସହିତ ବନ୍ୟାଜଳ ହ୍ରାସ ପାଉଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବଲାଙ୍ଗୀର ଜିଲ୍ଲାରେ ରେକର୍ଡ ବର୍ଷା, ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ସେପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହୋଇ ମହାନଦୀର ଜଳସ୍ତର ହଠାତ ବୃଦ୍ଧି ପାଇଛି । ଫଳରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ବିଭିନ୍ନ ନଦୀକୂଳିଆ ଅଞ୍ଚଳରେ ବର୍ତ୍ତମାନ ପୁଣି ଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ତେବେ ବୌଦ୍ଧ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛି । ସେପଟେ ଗତକାଲି ମନମୁଣ୍ଡା ନିକଟସ୍ଥ ସରସ୍ବତୀପୁର ଗ୍ରାମର ଜଣେ ମହିଳା ତେଲନଦୀରେ ଭାସି ଯାଉଥିବା ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଆଜି ପୁଣି ଦୁଇ ଜଣ ଯୁବକ ରେକଡୋଲ ନିକଟସ୍ଥ ମେହେରୁଣୀ ଯୋରରେ ଭାସିଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣା ପଡ଼ିଛି । ଉଭୟ ସମ୍ପର୍କରେ ଶଳା ଭିଣୋଇ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.