ETV Bharat / state

ମାଛ ଚୋରି ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲେ ମହିଳା

ଗତ 2019 ମସିହାରେ ମହିଳାମାନେ ବନ୍ଧକୁ ପାଞ୍ଚ ବର୍ଷ ପାଇଁ ନିଲାମ ନେଇ ସେଠାରେ ମାଛଚାଷ କରିଥିଲେ । ଚଳିତ ବର୍ଷ ମାଛ ଧରିବାକୁ ଉଦ୍ୟମ ସମୟରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଉକ୍ତ ବନ୍ଧରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ମାଛ ମାରି ନେଇଯାଇଥିବା ଅଭିଯୋଗ ହୋଇଛି ।

ମାଛ ଚୋରି ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲେ ମହିଳା
ମାଛ ଚୋରି ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲେ ମହିଳା
author img

By

Published : Apr 18, 2021, 9:51 PM IST

ବୌଦ୍ଧ: ମହିଳାମାନଙ୍କୁ ସଶକ୍ତିକରଣ କରିବାକୁ ସରକାର ବିଭିନ୍ନ ହାଟ ବଜାର ନିଲାମ ଓ ବନ୍ଧ ନିଲାମ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେଇଛନ୍ତି । ଏହି ଧାରାରେ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମାହାରସାହିର ମହିଳା ଗୋଷ୍ଠୀ ଏକ ପୋଖରୀ ନିଲାମରେ ନେଇଥିଲେ ।

ମାଛ ଚୋରି ଅଭିଯୋଗରେ ଥାନାର ଦ୍ବାରସ୍ଥ ହେଲେ ମହିଳା

ଗତ 2019 ମସିହାରେ ମହିଳାମାନେ ଉକ୍ତ ପୋଖରୀକୁ ପାଞ୍ଚ ବର୍ଷ ପାଇଁ ନିଲାମ ନେଇ ସେଠାରେ ମାଛଚାଷ କରିଥିଲେ । ମହିଳାମାନେ ଏହି ପୋଖରୀରେ ମାଛ ଚାଷ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ଗତବର୍ଷ କୋରୋନା କଟକଣା ଯୋଗୁଁ ମାଛ ଉତ୍ପାଦନ ଵାଧାପ୍ରାପ୍ତ ହୋଇଥିଲା ।

ଚଳିତ ବର୍ଷ ମାଛ ଧରିବାକୁ ଉଦ୍ୟମ ସମୟରେ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଉକ୍ତ ବନ୍ଧରୁ ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ମାଛ ମାରି ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ମାନେ ପଞ୍ଚାୟତରେ ଅଭିଯୋଗ ପରେ କୌଣସି ସୁଫଳ ନମିଳିବାରୁ ରବିବାର ସନ୍ଧ୍ୟାରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.