ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

author img

By

Published : Sep 27, 2022, 1:35 PM IST

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଡାକ୍ତରଖାନାର ଔଷଧ ବିଭାଗରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ନଷ୍ଟ । ଅଧିକ ପଢ଼ନ୍ତୁ

fire outbreaks at district hospital in boudh
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ବୌଦ୍ଧ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଡାକ୍ତରଖାନାର ଔଷଧ ବିଭାଗରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଔଷଧ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ପାଇଁ ଭୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଓ୍ବାର୍ଡରୁ ବାହାରକୁ ବାହାରି ଯାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଏହା ମଧ୍ୟ ପଢ଼ନ୍ତୁ: ଶିକ୍ଷକ ନିଯୁକ୍ତି ଦାବିରେ କିଆକଟା ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଆଜି ସକାଳେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଔଷଧ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ଯାଇଛି । ସାଧାରଣ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଆତଙ୍କିତ ହୋଇ ଡାକ୍ତରଖାନା ବାହାରକୁ ଚାଲିଆସି ଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ କୌଣସି ଦୁର୍ବୃତ୍ତ ଔଷଧ କୋଠରୀରେ ନିଆଁ ଲଗାଇଦେଇଥିବା ଅଗ୍ନିଶମ ଅଧିକାରୀ ଆଶଙ୍କା କରିଛନ୍ତି । ତେବେ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.