ETV Bharat / state

ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା

author img

By

Published : Nov 17, 2022, 11:40 AM IST

ଅଡୁଆରେ ବ୍ୟାସନଗର ପୌରାଧ୍ୟକ୍ଷା । ଫାଇଲ ଫୋପଡା ଘଟଣାକୁ ନେଇ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କଲେ ନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ

ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା
ନିର୍ବାହୀଙ୍କ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା

ଯାଜପୁର: ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ପାଇଁ ବଢିଲା ଅଡୁଆ । ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିବା ଘଟଣାରେ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାଁରେ ଏତଲା ଦାୟର ହୋଇଛି(Municipal Chairperson Throw File On Executive Officer) । ଗତକାଲି(ବୁଧବାର) ରାତିରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯାଜପୁର ରୋଡ ଥାନାରେ ପହଞ୍ଚି ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷା ଫାଇଲ ଫିଙ୍ଗିବା ଯୋଗୁଁ ତାଙ୍କ ଛାତିରେ ଆଘାତ ଲାଗିଛି ଓ ଏହି ଘଟଣାର ଭିଡିଓ ଭାଇରାଲ ପରେ ତାଙ୍କ ସମ୍ମାନରେ ମଧ୍ୟ ଆଞ୍ଚ ଆସିଥିବା ନିର୍ବାହୀ ଅଧିକାରୀ ଅଭିଯୋଗରେ ଦର୍ଶାଇଛନ୍ତି ।

ସୂଚନା ମୁତାବକ, ଯାଜପୁର ସହରର ୮ ନମ୍ବର ୱାର୍ଡରେ ଏକ ମୋବାଇଲ ଟାୱାର ନିର୍ମାଣ ପାଇଁ ଏନଓସି ଦେବାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ନିର୍ବାହୀ ଅଧିକାରୀ ଅଶୋକ କୁମାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କ ଉପରକୁ ଏକ ଫାଇଲ ଫୋପାଡି ଥିଲେ l ଏହି ଘଟଣାଟି ଗତମାସରେ ଘଟିଥିବା ବେଳେ ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହାମଧ୍ୟ ପଢନ୍ତୁ: ନିର୍ବାହୀ ଅଧିକାରୀଙ୍କୁ ଉପରକୁ ଫାଇଲ ଫିଙ୍ଗିଲେ ପୌରାଧ୍ୟକ୍ଷା, ଭିଡିଓ ଭାଇରାଲ

ଘଟଣା ପଦାକୁ ଆସିବା ପରେ ଗତକାଲି ବିଳମ୍ବିତ ରାତିରେ ନିର୍ବାହୀ ଅଧିକାରୀ ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଫାଇଲ ଫୋପାଡ଼ିବା ଓ ଅଶାଳୀନ ବ୍ୟବହାର କରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ପୁରା ଘଟଣାଟି ହେଉଛି, ସହରର ୮ ନମ୍ବର ୱାର୍ଡରେ ଜିଓ ଟାୱାର ସ୍ଥାପନ କରିବା ନିମନ୍ତେ ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ । ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କାରାଯିବା ପରେ ପୌର ନିର୍ବାହୀ ଅଧିକାରୀ(EO) ଆଶୋକ କୁମାର ରାଉତ ଅନୁମତି ଦେବା ସହିତ ୮ ନମ୍ବର ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି । ପରେ ଉକ୍ତ ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାୱାର ନିର୍ମାଣକୁ ବିରୋଧ କରି ଅଧ୍ୟକ୍ଷାଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଇଓ ଆଶୋକ କୁମାର ରାଉତଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହିତ ଉତ୍‌କ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହ ତାଙ୍କ ଉପରକୁ ଫାଇଲ ଫୋପାଡି ଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.