ETV Bharat / state

ସମୟ ସହିତ ହଜିଯାଇଛି ହଳିଆ ଗୀତ ଓ ପହ୍ଲାରୁଆ ଗୀତ - ହଳିଆ ଗୀତ ଓ ପହ୍ଲାରୁଆ ଗୀତ

ଅତୀତରେ ଚାଷ ସମୟରେ ହଳିଆ ଗୀତ ଓ ପହ୍ଲାରୁଆ ଗୀତ ଶୁଣାଯାଉଥିଲା । କିନ୍ତୁ ଆଧୁନିକ ଯୁଗରେ ଧିରେ ଧିରେ ଏହି ପରମ୍ପରା ବନ୍ଦ ହେବାକୁ ବସିଥିବା ବେଳେ କେତେକ ସ୍ଥାନରେ ଏବେବି ଏହି ପରମ୍ପରା ବଞ୍ଚି ରହିଛି ।

_farmig song
ସମୟ ସହିତ ହଜିଯାଇଛି ହଳିଆ ଗୀତ ଓ ପହ୍ଲାରୁଆ ଗୀତ
author img

By

Published : Aug 9, 2020, 6:01 PM IST

ବୌଦ୍ଧ: ଅତୀତରେ ଚାଷ ସମୟରେ ହଳିଆ ଗୀତ ଓ ପହ୍ଲାରୁଆ ଗୀତ ଶୁଣାଯାଉଥିଲା । କିନ୍ତୁ ଆଧୁନିକ ଯୁଗରେ ଧିରେ ଧିରେ ଏହି ପରମ୍ପରା ବନ୍ଦ ହେବାକୁ ବସିଥିବା ବେଳେ କେତେକ ସ୍ଥାନରେ ଏବେବି ଏହି ପରମ୍ପରା ବଞ୍ଚି ରହିଛି ।

ସମୟ ସହିତ ହଜିଯାଇଛି ହଳିଆ ଗୀତ ଓ ପହ୍ଲାରୁଆ ଗୀତ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଛି । ପୂର୍ବରୁ ହଳ ଓ ହଳିଆକୁ ନେଇ ଅନେକ ଛାନ୍ଦ ଚଉପଦୀ ଚାଷୀମାନେ ଗାଉଥିବା ବେଳେ ସମୟ ସ୍ରୋତରେ ସେସବୁ ଗୀତ ଆଉ ଶୁଣାଯାଉ ନାହିଁ ।

ବର୍ତ୍ତମାନ ଯାନ୍ତ୍ରିକ ଯୁଗରେ ହଳ ଓ ହଳିଆ ପ୍ରାୟ ବନ୍ଦ ହୋଇଯାଇଛି କହିଲେ ଚଳେ । ତେବେ ଚାଷ କାର୍ଯ୍ୟର ପ୍ରମୁଖ ଅଂଶ ହେଲା ପହ୍ଲାରୁଆ ବା ତଳି ରୋପଣ । ଏହି ସମୟରେ ପଲ୍ହା ରୁଆ ଗୀତ ସହିତ ହୁଳହୁଳି ଦେଇ ମହିଳାମାନେ ମାଟି ମାକୁ ଆବାହନ କରିଥାନ୍ତି ।

ଏସବୁ ପାରମ୍ପରିକ ଗୀତ ଆଧୁନିକ ଯୁଗରେ ବନ୍ଦ ହେବାକୁ ବସିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ଏହି ପରମ୍ପରା ଏବେବି ପ୍ରଚଳିତ । ଯାହାକୁ କିଛି କଳାକାର ଏବେବି ବଞ୍ଚାଇ ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.