ETV Bharat / state

ସରିଲା ଟାର୍ଗେଟ ମଣ୍ଡିରୁ ଉଠିପାରିଲାନି ଧାନ, ଚିନ୍ତାରେ ବୌଦ୍ଧ ଚାଷୀ - ମଣ୍ଡିରେ ପଡି ରହିଛି ଶହଶହ ଚାଷୀଙ୍କ ଧାନ

ଜିଲ୍ଲାରେ ସରିଲା ଧାନକ୍ରୟ ଟାର୍ଗେଟ । ହେଲେ ବିଭିନ୍ନ ମଣ୍ଡିରେ ପଡିରହିଛି ଶହଶହ ଚାଷୀଙ୍କ ଧାନ । ଅଧିକ ପଢ଼ନ୍ତୁ

ମଣ୍ଡି ରେ ପଡିରହିଛି ଶହଶହ ଚାଷୀଙ୍କ ଧାନ
ମଣ୍ଡି ରେ ପଡିରହିଛି ଶହଶହ ଚାଷୀଙ୍କ ଧାନ
author img

By

Published : Feb 20, 2023, 6:35 AM IST

ମଣ୍ଡି ରେ ପଡିରହିଛି ଶହଶହ ଚାଷୀଙ୍କ ଧାନ

ବୌଦ୍ଧ: ବଢୁଛି ଚାଷୀ ଦୁଃଖ । ବୌଦ୍ଧ ଜିଲ୍ଲାରେ ସରିଲା ଧାନକ୍ରୟ ଟାର୍ଗେଟ । ହେଲେ ବିଭିନ୍ନ ସ୍ଥାନରେ ଚାଷୀ ଧାନ ବିକ୍ରି କରିପାରି ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ମଣ୍ଡିରେ ପଡିରହିଛି ଶହଶହ ଚାଷୀଙ୍କ ଧାନ । ଟୋକନ ପାଇବା ସତ୍ତ୍ୱେ ଧାନବିକ୍ରି ନହୋଇ ପାରିବାରୁ ଶତାଧିକ ଚାଷୀ ରାତିରେ ଗୁହାରି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାତିରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ପାଇଁ ପହଞ୍ଚି ଥିଲେ ଶତାଧିକ ଚାଷୀ । ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗ 16 ଲକ୍ଷ 40 ହଜାର କ୍ଵିଣ୍ଟାଲର ଲକ୍ଷ୍ୟ ରଖିଥିଲା । ତେବେ ଚଳିତ ବର୍ଷ ଏହି ଟାର୍ଗେଟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡିରେ ଚାଷୀର ଧାନକ୍ରୟ ହୋଇପାରି ନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ରାମଗଡ, ପୁରୁଣା କଟକ,ତେଲିବନ୍ଧ ବଘିଆପଡା, ମୁଣ୍ଡାପଡା, ମନମୁଣ୍ଡା, ବିଳାସପୁର,କଣ୍ଟାମାଳ ଭଳି ଅନେକ ଧାନ ମଣ୍ଡି ରେ ଶହ ଶହ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ପଡିରହିଛି । ରବିବାର ମୁଣ୍ଡାପଡା ସମବାୟ ସମିତି ଅନ୍ତର୍ଗତ ଦଶରୁ ଉର୍ଦ୍ଧ୍ବ ଗ୍ରାମର ଶତାଧିକ ଚାଷୀଙ୍କ ଧାନ ଟୋକନର ଟାର୍ଗେଟ ସରିଯିବାରୁ ସେମାନେ ରାତିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖୀନ ଗୁହାରି ପାଇଁ ଦୀର୍ଘ ସମୟରେ ଧରି ଅନ୍ଧାରରେ ଜଗି ରହିଥିଲେ ।

ତେବେ ଚାଷୀଙ୍କ କହିବା ଅନୁଯାୟୀ ସରକାରୀ କର୍ମଚାରୀ ମଣ୍ଡିରୁ ଅଧା ଧାନ ନେଇଥିବା ବେଳେ ବଳକା ଧାନ କଲେକ୍ସନ କରି ନାହାଁନ୍ତି । ଯାହା ଫଳର ଧାନ ମଣ୍ଡିରେ ହିଁ ପଡି ରହିଛି । ତେବେ ଟୋକନ କୋଲାପ୍ସ ହେବା ପୂର୍ବରୁ ଧାନ ଉଠାଇବାକୁ ଚାଷୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ଶତାଧିକ ଚାଷୀ ସେମାନଙ୍କ ଧାନବିକ୍ରି କରିନପାରି ଚିନ୍ତିତ ହୋଇପଡିଥିବା ବେଳେ ଉତ୍ୟକ୍ତ ଚାଷୀଙ୍କୁ ବୁଝାଇବାକୁ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକ ଓ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ପହଞ୍ଚି ଥିଲେ । ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଚାଷୀମାନେ ତହସିଲଦାରଙ୍କ ସହିତ ଆଲୋଚନା କରି ଫେରିଯାଇଥିଲେ ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.