ବୌଦ୍ଧ: ଦୀର୍ଘ 4 ବର୍ଷ ପରେ ମଧ୍ୟ ଚାଷୀଙ୍କୁ ପେଥେଇ ଘୂର୍ଣ୍ଣିଝଡର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇ ନାହିଁ । ବର୍ତ୍ତମାନ ପୁଣି ସାମୁଦ୍ରିକ ବାତ୍ୟା ଜୱାଦ(cyclone jawad) ପ୍ରଭାବରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ଚିର ଅବହେଳିତ ହରଭଙ୍ଗା ତହସିଲର ବିଭିନ୍ନ ଅଞ୍ଚଳରେ ଅଧିକାଂଶ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଘଟି ଚାଷବାସ କ୍ଷତି ହୋଇଥାଏ ।
ଗତ 4 ବର୍ଷ ତଳେ ପେଥେଇ ଘୂର୍ଣ୍ଣିଝଡରେ ଚାଷୀଙ୍କ ହୋଇଥିବା କ୍ଷତି ପାଇଁ ସରକାର ଅର୍ଥ ଯୋଗାଇ ଦେଇଥିଲେ । କିନ୍ତୁ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁଁ ଉକ୍ତ ଟଙ୍କା ବର୍ତ୍ତମାନ ଫେରିଯିବାକୁ ବସିଛି । ସେପଟେ ବର୍ତ୍ତମାନ ପୁଣିଥରେ ଜୱାଦ ବାତ୍ୟା ଯୋଗୁଁ ହରଭଙ୍ଗା ତହସିଲର ଅଧିକାଂଶ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରି ଜିଲ୍ଲା ଭାରତୀୟ କିଷାନ ସଂଘ(farmers union protest) ପକ୍ଷରୁ 5 ଦଫା ଦାବି ନେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟ(Harbhanga Tahsil Office) ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏଥିସହିତ ସମ୍ପୃକ୍ତ RI ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଏପଟେ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ