ETV Bharat / state

ମଣ୍ଡିରେ ପଡିରହିଛି ଧାନ, ଧାନବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା। ସେପଟେ ଅଦିନିଆ ବର୍ଷା ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ଚାଷୀ । ଅଧିକ ପଢନ୍ତୁ...

author img

By

Published : Mar 12, 2020, 4:41 PM IST

problems
ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବୌଦ୍ଧ: ରାଜରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଚାଷୀ। ମଣ୍ଡିରୁ ଦୀର୍ଘଦିନ ଧରି ଧାନକ୍ରୟ ହୋଇ ନପାରି ପଡିରହୁଥିବା ଓ ଟୋକନ ଲାପ୍ସ ଭଳି ସମସ୍ୟା ସମୟରେ ବର୍ଷା ଦାଉ ସାଧୁଥିବାରୁ ଅସହାୟ ହୋଇପଡିଛି ଚାଷୀ । ଶେଷରେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ଅବରୋଧ କରିଥିଲେ ଶହଶହ ଚାଷୀ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା। ସେପଟେ ଅଦିନିଆ ବର୍ଷା ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ଚାଷୀ । ଯେଉଁଥିପାଇଁ ଗୁରୁବାର ବିଭିନ୍ନ ସମସ୍ୟା କୁନେଇ ସରସରା ଠାରେ ଶତାଧିକ ଚାଷୀ ଧାନ ବସ୍ତାରଖି ଦୀର୍ଘ ସମୟ ଧରି ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ।

ସରସରା ସେବା ସମବାୟ ସମିତି କାର୍ଯ୍ୟାଳୟରେ ଚାଷୀ ମାନେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ। ସରସରା ମଣ୍ଡିରୁ ଧାନକ୍ରୟ କରିବାକୁ ଅଡି ବସି ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜପଥକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରିଦେଇଥିଲେ। ଶେଷରେ ବୌଦ୍ଧ ପୋଲିସ ଓ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା। ଅତିଶୀଘ୍ର ଧାନକ୍ରୟ ସମସ୍ୟାର ସମାଧାନ ହେବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.