ETV Bharat / state

ୟୁରିଆ ସାରକୁ ନେଇ କୃଷି ଅଧିକାରୀଙ୍କୁ ଘେରିଲେ ଅତିଷ୍ଠ ଚାଷୀ

author img

By

Published : Sep 22, 2020, 8:07 PM IST

ବୁଦ୍ଧିଜୀବୀ କୃଷି ଅଧିକାରୀ ଓ ଏଆରସିଏସଙ୍କ ଅପାରଗତାକୁ ଦାୟୀ କରିଥିବା ବେଳେ କୃଷି ଅଧିକାରୀ ଦୁଇ ଦିନ ପରେ ଚାଷକୁ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ୟୁରିଆ ସାରକୁ ନେଇ କୃଷି ଅଧିକାରୀଙ୍କୁ ଘେରିଲେ ଅତିଷ୍ଠ ଚାଷୀ
ୟୁରିଆ ସାରକୁ ନେଇ କୃଷି ଅଧିକାରୀଙ୍କୁ ଘେରିଲେ ଅତିଷ୍ଠ ଚାଷୀ

ବୌଦ୍ଧ: ୟୁରିଆ ସାରକୁ ନେଇ କୃଷି କାର୍ଯ୍ୟାଳୟରେ ତାଲା । ଏଆରସିଏସ କାର୍ଯ୍ୟାଳୟ ଘେରାଉ, ରାଜରାସ୍ତା ଅବରୋଧ କଲେ ମଧ୍ୟ ମିଳୁନାହିଁ ସୁଫଳ । ବୁଦ୍ଧିଜୀବୀ କୃଷି ଅଧିକାରୀ ଓ ଏଆରସିଏସଙ୍କ ଅପାରଗତାକୁ ଦାୟୀ କରିଥିବା ବେଳେ କୃଷି ଅଧିକାରୀ ଦୁଇ ଦିନ ପରେ ଚାଷକୁ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଚାଷୀକୁ ସଉତୁଣୀର ପୁଅ ଭଳି ବ୍ୟବହାର କରି ତଳି ତଳାନ୍ତ ପାଇଁ ଉଭୟ କୃଷି ଅଧିକାରୀ ଓ ଏଆରସିଏସ ଚକ୍ରାନ୍ତ କରୁଥିବା ଅଭିଯୋଗ । ଆଜି ପୁଣି ଥରେ ଉତ୍ୟକ୍ତ ଚାଷୀ ୟୁରିଆ ସାରକୁ ନେଇ ବୌଦ୍ଧ ଜିଲ୍ଲା କୃଷି ଅଧିକାରୀଙ୍କୁ ଘେରାଉ କରିଥିଲେ । ଦୀର୍ଘ ମାସେ ହେଲା ଚାଷୀ ୟୁରିଆ ସାର ପାଇଁ କୃଷି କାର୍ଯ୍ୟାଳୟ ଓ ଏଆରସିଏସଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଚାଷକୁ ଅସହାୟ ହେବାକୁ ପଡିଛି । କୃଷି ଓ ଏଆରସିଏସ କାର୍ଯ୍ୟାଳୟ ଘେରାଉ ସହ ରାଜପଥ ଅବରୋଧ ପରେ ମଧ୍ୟ ବିଭାଗୀୟ ଅଧିକାରୀ ଅଲାଜୁକ ଭଳି ଦିନ ପରେ ଦିନ ଗଡାଇ ଚାଲିଛନ୍ତି । ବୁଦ୍ଧିଜୀବୀ ଉଭୟ ବିଭାଗକୁ କଡା ସମାଲୋଚନା କରିବା ସହ ଏନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ କୃଷି ଅଧିକାରୀ ଆସନ୍ତା ଦୁଇ ଦିନ ପରେ ଚାଷୀକୁ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.