ETV Bharat / state

ରବିଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା, ବନ୍ଦ କଲେ ଉତ୍ତ୍ୟକ୍ତ ଚାଷୀ

ବୌଦ୍ଧରେ ଗତ ପଚିଶ ତାରିଖରେ ରବିଧାନ କ୍ରୟର ଶୁଭାରମ୍ଭ ହୋଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଧାନକ୍ରୟ ଆରମ୍ଭ ହୋଇଥିଲା । ତେବେ ବାଉଁଶୁଣୀ ସମବାୟ ସମିତିରେ ଚାଷୀଙ୍କ ପଞ୍ଜିକରଣ ହୋଇନଥିବାରୁ ଉତ୍ୟକ୍ତ ଚାଷୀ ଧାରଣାରେ ବସିବା ସହ ଧାନକ୍ରୟ ବନ୍ଦ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 31, 2021, 4:52 PM IST

ରବିଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା, ବନ୍ଦ କଲେ ଉତ୍ୟକ୍ତ ଚାଷୀ

ବୌଦ୍ଧ: ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିଲାଣି । ବୌଦ୍ଧ ଜିଲ୍ଲାରେ ରବିଧାନ କ୍ରୟ ଆରମ୍ଭରୁ ଦେଖାଦେଇଛି ଅବ୍ୟବସ୍ଥା । ସମବାୟ ବିଭାଗର ଅପାରଗତା ଏବେଠାରୁ ବାରି ହୋଇଗଲାଣି । ଜିଲ୍ଲାରେ ରବିଧାନ ସଂଗ୍ରହ ଗତ ପଚିଶ ତାରିଖରୁ ଉମା ସମବାୟ ସମିତିରେ ଶୁଭାରମ୍ଭ ହୋଇଥିଲା ।

ଜିଲ୍ଲାର ସମୁଦାୟ 23 ଗୋଟି ମଣ୍ଡିର 24ଟି କେନ୍ଦ୍ରରେ ରବିଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ବାଉଁଶୁଣୀ ଧାନ ମଣ୍ଡିରେ ଚାଷୀଙ୍କ ପଞ୍ଜିକରଣ ହୋଇନଥିବା କାରଣରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଉତ୍ୟକ୍ତ ଚାଷୀ ମଣ୍ଡି ଆଗରେ ଧାରଣାରେ ବସିବା ସହ ଧାନକ୍ରୟକୁ ବନ୍ଦ କରିଦେଇଥିଲେ ।

ସେପଟେ ଆଜି(ସୋମବାର) ବୌଦ୍ଧ ଧାନ ମଣ୍ଡିରେ ମଧ୍ୟ ଧାନକ୍ରୟ ଆରମ୍ଭ ହୋଇଥିବା ବେଳେ ମର୍ଜାକୁଦକର ପାଞ୍ଚ ଜଣ ଚାଷୀଙ୍କ ରବି ଧାନକୁ ସୁରୁଖୁରୁରେ କିଣାଯାଇଥିବା ସୂଚନା ମିଳିଛି । ଜିଲ୍ଲାର ରବିଧାନ କ୍ରୟକୁ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.