ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଛି ଜଳ ସେଚନ ପ୍ରକଳ୍ପ । ହେଲେ କେତେକ ସ୍ଥାନରେ ଏସବୁ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲାର ଲମ୍ବସରୀ ଓ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଚନ୍ଦ୍ରପୁର ନିକଟରେ ନିର୍ମିତ ପ୍ରକଳ୍ପ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଏପରିକି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇ ପ୍ରକଳ୍ପରେ ଚାଷ ସମୟରେ ପାଣି ରହୁନାହିଁ । ଫଳରେ ଏଭଳି ପ୍ରକଳ୍ପ କାହା ସ୍ବାର୍ଥରେ ନିର୍ମାଣ ହୋଇଛି ବୋଲି ପ୍ରଶ୍ନ ଉଠିଛି । ପ୍ରକଳ୍ପ ସ୍ଥାନରେ କୌଣସି ସୂଚନାଫଳକ ଦିଆଯାଇନଥିବାରୁ ଏହି କାର୍ଯ୍ୟ କିଏ ଓ କେତେ ଟଙ୍କାରେ କରିଛି ତାହା ଜଣାପଡୁନାହିଁ ।
ସେହିପରି ସେପଟେ ଚନ୍ଦ୍ରପୁର ପ୍ରକଳ୍ପର ନିର୍ମାଣକାର୍ଯ୍ୟ ରାତି ଅଧିଆ କରି ଠିକାଦାର ଫେରାର ଥିବାରୁ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ସୂଚନାଥାଉକି, ଏହି ପ୍ରକଳ୍ପ ଗୁଡିକ ସାଧାରଣତଃ ଜଳ ସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ପଞ୍ଚାୟତ ସମିତି ଭଳି ବିଭାଗ ଅଧିନରେ ନିର୍ମାଣ କରାଯାଇଥାଏ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ