ETV Bharat / state

ବାମଣ୍ଡା ସେବା ସମବାୟ ସମିତିରେ ଚାଷୀଙ୍କ ଧାରଣା

ବୌଦ୍ଧ ଜିଲ୍ଲାର ବାମଣ୍ଡା ସେବା ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି ସମସ୍ୟା ଓ ଟୋକନ ଶେଷ ହୋଇଯିବା ନେଇ ଚାଷୀଙ୍କ ପ୍ରତିବାଦ । ଏ ନେଇ ବାମଣ୍ଡା ସମବାୟ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 20, 2020, 11:16 AM IST

Updated : Feb 20, 2020, 12:20 PM IST

farmers-lock-bamanda-pac-office-of-boudh-district
ବାମଣ୍ଡା ସେବା ସମବାୟ ସମିତିରେ ଚାଷୀଙ୍କ ଧାରଣା

ବୌଦ୍ଧ: ଧାନ ବିକ୍ରି ସମସ୍ୟା ଓ ଟୋକନ ଶେଷ ହୋଇଯିବା ନେଇ ଚାଷୀଙ୍କ ପ୍ରତିବାଦ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଉତ୍ୟକ୍ତ ଚାଷୀ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଚାଷୀଙ୍କ ଧାନବିକ୍ରିକୁ ନେଇ ଅବ୍ୟବସ୍ଥା ଲାଗି ରହିଛି । ଦୀର୍ଘଦିନ ଧରି ମଣ୍ଡିରେ ଧାନ ପକାଇ ରଖୁଥିଲେ ମଧ୍ୟ ଧାନବିକ୍ରି ନ ହେବା ସହିତ ଏବେ ପୁଣି ଚାଷୀର ଧାନ ଟୋକନ ଲାପ୍ସ ହୋଇଯିବା ଯୋଗୁଁ ଚାଷୀ ଉତ୍ତେଜିତ ହୋଇଛନ୍ତି ।

ପୂର୍ବରୁ ମଧ୍ୟ ଏହି ଅବ୍ୟବସ୍ଥାକୁ ନେଇ ଦଶ ଦିନ ତଳେ ଚାଷୀମାନେ ତାଲା ପକାଇ ଥିଲେ । ଏବେ କିନ୍ତୁ କୌଣସି ସ୍ଥାୟୀ ପ୍ରତିକାର କରାନଯିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ଏବଂ ଆବଶ୍ୟକ ପଡିଲେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚାଷୀ ତଥା ପୂର୍ବତନ ସରପଞ୍ଚ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Feb 20, 2020, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.