ETV Bharat / state

ପ୍ରକୃତ ଚାଷୀଙ୍କୁ ମିଳିପାରୁନି କପା ଓ ଧାନ ବିହନ - ପ୍ରକୃତ ଚାଷୀଙ୍କୁ ମିଳିପାରୁନି କପା ଓ ଧାନ ବିହନ

କପାଚାଷ ପାଇଁ ପାହାଡିଆ ଅଞ୍ଚଳର ଚାଷୀ ଙ୍କୁ କପା ମଞ୍ଜି ମିଳିପାରୁ ନଥିବା ବେଳେ ଅନ୍ୟ ସମତଳ ଅଞ୍ଚଳର ଚାଷୀଙ୍କ ନାରେ କପା ବିହନ ଦିଆଯାଉଥିବା ଅଭିଯୋଗ ହୋଇଛି ।ସେହିପରି ଧାନ ବିହନ ମଧ୍ୟ ଅନେକ ସ୍ଥାନରେ କଳାବଜାର ହେଉଥିବା ନେଇ ଅଭିଯୋଗ ହୋଇଛି ।ଅଧିକ ପଢନ୍ତୁ

Farmers do not have access to cotton and paddy
ପ୍ରକୃତ ଚାଷୀଙ୍କୁ ମିଳିପାରୁନି କପା ଓ ଧାନ ବିହନ
author img

By

Published : Jul 5, 2022, 4:47 PM IST

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ମୌସୁମୀ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇସାରିଛି । ବର୍ଷା ଆଗମନ ପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ପାହାଡିଆ ଅଞ୍ଚଳର ଚାଷୀ କପାଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କିନ୍ତୁ ପାହାଡିଆ ଅଞ୍ଚଳର ଚାଷୀ କପା ବିହନ ପାଇପାରୁ ନଥିବା ବେଳେ ସମତଳ ଅଞ୍ଚଳର ପଞ୍ଚାୟତ ରେ ଭୂତ ଚାଷୀଙ୍କୁ କପା ବିହନ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି ।ଜିଲ୍ଲାର ଉପାନ୍ତ ଅଞ୍ଚଳରେ କପାଚାଷ କୁନେଇ ଏକ ବିରାଟ ସମ୍ଭାବନା ରହିଥିବା ବେଳେ ପ୍ରକୃତ ଚାଷୀ କପା ବିହନ ନପାଇବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି ଧାନ ବିହନ ଯୋଗାଣରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ତଥା କଳାବଜାର ହେଉଥିବା ନେଇ ଅଭିଯୋଗ ହୋଇଛି ।ଏହାର ଦାୟିତ୍ୱରେ ଥିବା ଜିଲ୍ଲା କୃଷି ବିଭାଗ ଓ ବିହନ ନିଗମ ଦୁର୍ନିତୀରେ ବୁଡି ରହିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.