ETV Bharat / state

ଚାଷୀ ବୁଣିଲା ଧାନ, ସରକାରୀ ବିହନ କେନ୍ଦ୍ରରେ ଚରୁଛନ୍ତି ଗାଈଗୋରୁ - Farmers are sowing paddy

ଲକ୍ଷ୍ମୀ ବୁଡ ଅବସରରେ ଆନନ୍ଦ ଉଲ୍ଲାସର ସହିତ ଚାଷୀ ନିଜ କ୍ଷେତରେ ବିହନ ଧାନ ବୁଣି ଚାଷର ଶୁଭାରମ୍ଭ କରିଛି ।

farmers-are-sowing-paddy
ଚାଷୀ ବୁଣିଲା ଧାନ, ସରକାରୀ ବିହନ କେନ୍ଦ୍ରରେ ଚରୁଛନ୍ତି ଗାଇଗୋରୁ
author img

By

Published : Jun 17, 2020, 5:43 PM IST

ବୌଦ୍ଧ: ଲକ୍ଷ୍ମୀ ବୁଡ ଅବସରରେ ଆରମ୍ଭ ହେଲା ଚାଷର ପ୍ରକ୍ରିୟା । ଆନନ୍ଦ ଉଲ୍ଲାସର ସହିତ ଚାଷୀ ନିଜ କ୍ଷେତରେ ବିହନ ଧାନ ବୁଣି ଚାଷର ଶୁଭାରମ୍ଭ କରିଛି ।

ଚାଷୀ ବୁଣିଲା ଧାନ, ସରକାରୀ ବିହନ କେନ୍ଦ୍ରରେ ଚରୁଛନ୍ତି ଗାଈଗୋରୁ

ଆନନ୍ଦ ଉଲ୍ଲାସର ସହିତ ଚାଷୀ ବସୁମତୀ ସ୍ନାନ ବା ଲକ୍ଷ୍ମୀ ବୁଡ ଅବସରରେ ଆରମ୍ଭ କରିଛି ଧାନ ତଳି ପକା କାର୍ଯ୍ୟ । ବୁଧବାର ଲକ୍ଷ୍ମୀ ବୁଡ ପାଇଁ ଚାଷୀ ନିଜ ଜମିରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ବିହନ ଧାନକୁ ନିଜ ଜମିରେ ବୁଣି ତଳି ପକାଇଛି । ପୂର୍ବରୁ ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ହୋଇଥିବା ବେଳେ ବୁଧବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷେତପୂଜା କରାଯାଇ ବିହନ ଧାନ ବୁଣାଯାଇଛି । ସେପଟେ କିନ୍ତୁ ସରକାରୀ ଧାନ ବିହନ କେନ୍ଦ୍ର ପାଲଝାର କୃଷି ଫାର୍ମଠାରେ ଏନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । ଫଳରେ ପ୍ରାୟ 30 ହେକ୍ଟର ଜମି ଏବେ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି । ବିଭାଗୀୟ ଉଦାସୀନତା ତଥା ବ୍ୟାପକ ଦୁର୍ନୀତି ଯୋଗୁଁ ଏବେ ସମ୍ପୂର୍ଣ୍ଣ ଭାବେ ଏହି ପ୍ରାଚୀନ ଅନୁଷ୍ଠାନ ଭୁଶୁଡି ଯିବାକୁ ବସିଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.