ETV Bharat / state

ଅଦିନିଆ ବର୍ଷା ଉଜାଡିଦେଲା ବର୍ଷକର ଆହାର, ଚିନ୍ତାରେ ଚାଷୀ କୂଳ

author img

By

Published : Apr 2, 2023, 7:49 AM IST

ଅଦିନିଆ ବର୍ଷା ଉଜାଡି ଦେଲା ଚାଷୀଙ୍କ ଫସଲ । ପନିପରିବା ଓ ରବି ଫସଲ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

farming destroyed due to heavy rainfall in boudh
ଅଦିନିଆ ବର୍ଷା ଉଜାଡିଦେଲା ବର୍ଷକର ଫସଲ ନଷ୍ଟ
ଅଦିନିଆ ବର୍ଷା ଉଜାଡିଦେଲା ବର୍ଷକର ଫସଲ ନଷ୍ଟ

ବୌଦ୍ଧ: ଅଦିନିଆ ବର୍ଷା ସାଜିଲା କାଳ । ଧୋଇଗଲା ଚାଷୀଙ୍କ ସୁନାର ଫସଲ । ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ପନିପରିବା ଚାଷ ସହିତ ରବି ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଝଡ ତୋଫାନ ଯୋଗୁଁ ଅନେକ ଗରିବ ଲୋକଙ୍କ ଚାଳଛପର ଉଡିଯାଇଥିବା ସୂଚନା ମିଳିଛି ।

ପଶ୍ଚିମା ଝଡ଼ ପ୍ରଭାବରେ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ବର୍ଷା ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଯାହାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡ଼ିଛି । ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପନିପରିବା ଚାଷ ସହିତ ବିଶେଷ ଭାବରେ ରବି ଫସଲ ଚାଷ କରିଥିବା ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ବର୍ଷା ପାଣିରେ ଅନେକ ପରିବା ପଚି ନଷ୍ଟ ହୋଇଯାଇଛି । ଖାଲି ସେତିକି ନୁହେଁ ଝଡ଼ବର୍ଷାରେ ଲୋକଙ୍କ ଚାଳଘର ଭାଙ୍ଗିଯାଇଛି । ଗତ ସପ୍ତାହରେ ପଶ୍ଚିମା ଝଡ଼ ପ୍ରଭାବରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଥିଲା । ବର୍ତ୍ତମାନ ପୁଣିଥରେ ଗତ ଦୁଇଦିନ ଧରି ଅଦିନିଆ ବର୍ଷା ଓ ଝଡତୋଫାନ ଲାଗି ରହିଥିବା ଯୋଗୁଁ ଚାଷୀଙ୍କ ଦୁଃଖ ବଢ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଜିଲ୍ଲାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି । ପନିପରିବା ଚାଷ ସହିତ ମୁଗ, କୋଳଥ, ହରଡ ଭଳି ଚାଷ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଅଦିନିଆ ବର୍ଷା ସବୁ କିଛି ନଷ୍ଟ କରିଦେଇଛି । ଯାହାକୁ ନେଇ ଚାଷୀରେ ଚିନ୍ତାରେ ପଡ଼ିଛନ୍ତି । ଏନେଇ ଚାଷୀମାନେ କହିଛନ୍ତି,"ଧାର କରଜ କରି ଚାଷ କରିଥିଲୁ । ବର୍ଷକ ଅମଳ ବାହାରିବା ପରେ କରଜ ସୁଝିଥାନ୍ତୁ । ପ୍ରକୃତି ଆମ ଉପରେ ଦାଉ ସୁଝିଛି । ଅମଳ କ୍ଷମ ସମୟରେ ସବୁ ରବି ଫସଲ ବତୁରି ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଟଙ୍କା କିପରି ସୁଝିବୁ । ତେଣୁ ସରକାର କିଛି ସାହାଯ୍ୟ ଯୋଗାଇବା ପାଇଁ ଅନୁରୋଧ କରୁଛୁ ।" ଏହା ଛଡା ଜିଲ୍ଲାର ଗୁନ୍ଦୁଳିଆ, ଶଗଡା, ବରଗୋଛା ଭଳି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଝଡତୋଫାନ ଯୋଗୁଁ ଚାଳଛପର ଉଡିଯାଇଥିବା ବେଳେ କିଛି ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.