ETV Bharat / state

ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ତ୍ୟକ୍ତ ଚାଷୀ

ସମବାୟ ସଂପାଦକଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଶେଷରେ ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ୟକ୍ତ ଚାଷୀ । ଅଧିକ ପଢନ୍ତୁ...

author img

By

Published : Dec 15, 2020, 9:13 AM IST

ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ୟକ୍ତ ଚାଷୀ
ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ୟକ୍ତ ଚାଷୀ

ବୌଦ୍ଧ: ସମବାୟ ସଂପାଦକଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଶେଷରେ ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ୟକ୍ତ ଚାଷୀ । ସେପଟେ ଧାନକ୍ରୟ କେନ୍ଦ୍ର ପାଇଁ ହୋଇଥିବା ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରିଛି ବିଜେପି ।

ଧାନ ମଣ୍ଡିରେ ତାଲା ପକାଇଲେ ଉତ୍ୟକ୍ତ ଚାଷୀ

ବାରମ୍ବାର ଅଧିକାରୀଙ୍କ ଚେତାବନୀକୁ ମଧ୍ୟ ମାନୁ ନାହାନ୍ତି ସମବାୟ ସମିତିର ସଂପାଦକ । ଫଳରେ ସୋମବାର ସଂପାଦକଙ୍କ ମନମୁଖୀ କାର୍ଯ୍ୟ ଓ ଅଶାଳୀନ ବ୍ୟବହାର କୁନେଇ ମଣ୍ଡିରେ ତାଲା ପକାଇଛନ୍ତି ଉତ୍ୟକ୍ତ ଚାଷୀ ।

ବୌଦ୍ଧ ଜିଲ୍ଲାର ମୁଣ୍ଡାପଡା ସମବାୟ ସଂପାଦକଙ୍କ ବିରୁଦ୍ଧରେ ବ୍ୟାପକ ଅଭିଯୋଗ ପରେ ଯୋଗାଣ ଅଧିକାରୀ ଓ ଏଆରସିଏସ ଏନେଇ ତାଗିଦ କରିବା ସହ ଏନେଇ ଏକ ସ୍ବୀକାରୋକ୍ତିନାମା ଲେଖାଇଥିଲେ ।

କିନ୍ତୁ ତଥାପି ମଧ୍ୟ ସଂପାଦକ ସୋମବାର ପୁଣି ମନୋମୁଖୀ କାର୍ଯ୍ୟ କରିବାରୁ ଅଞ୍ଚଳର ଉତ୍ୟକ୍ତ ଚାଷୀ ଏକତ୍ରିତ ହୋଇ ଧାନକ୍ରୟ ମଣ୍ଡିରେ ତାଲା ପକାଇ ଦେଇଥିଲେ । ସେପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଅସ୍ଥାୟୀ ନିଯୁକ୍ତିକୁ ନେଇ ଆରଏମସି ସଂପାଦକଙ୍କୁ ଘେରିଛି ବିଜେପି ।

ଜିଲ୍ଲାର 18ଟି କେନ୍ଦ୍ର ପାଇଁ ଆଉଟ ସୋର୍ସିଂ ମାଧ୍ୟମରେ ନିୟମ ପ୍ରକାରେ ନିଯୁକ୍ତି ହୋଇନଥିବା ଅଭିଯୋଗ କରି ସଂପାଦକଙ୍କୁ ବିଜେପି କର୍ମୀ ଘେରିବା ସହ ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.