ETV Bharat / state

ସାର କଳାବଜାରୀ ବିରୁଦ୍ଧରେ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ - ସାର କଳାବଜାରୀ କଣ୍ଟାମାଳ କୃଷି ଅଧିକାରୀ କାର୍ଯ୍ୟାଳୟରେ ତାଲା

କଣ୍ଟାମାଳ ଅଞ୍ଚଳରେ ସାର କଳାବଜାରୀ ରୋକିବା ପାଇଁ କୃଷି ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଚାଷୀ । ସାରର କଳାବଜାରୀକୁ ଅଟକା ନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଧମକ ଦେଇଛନ୍ତି । ଅଧିକ ପଢନ୍ତୁ...

ସାର କଳାବଜାରୀ ବରୁଦ୍ଧରେ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

author img

By

Published : Sep 2, 2020, 9:00 PM IST

ବୌଦ୍ଧ: କଣ୍ଟାମାଳ ଅଞ୍ଚଳରେ ୟୁରିଆ ସାରର ବ୍ୟାପକ କଳାବଜାରରେ ଅତିଷ୍ଠ ହୋଇ ତାତିଲେଣି ଚାଷୀ । ବୁଧବାର ଏନେଇ ଚାଷୀ ଲିଖିତ ଅଭିଯୋଗ ସହିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।

ସାର କଳାବଜାରୀ ବରୁଦ୍ଧରେ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ୟୁରିଆ ସାରର କଳାବଜାରକୁ ରୋକିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଥମୁନି ସାରର କଳାବଜାରୀ । କଣ୍ଟାମାଳ ବ୍ଲକ ଉପାନ୍ତ ଅଞ୍ଚଳର ଚାଷୀ ମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।କଣ୍ଟାମାଳ ବ୍ଲକରେ ପନ୍ଦର ଗୋଟି ସେବା ସମବାୟ ସମିତି ରହିଥିଲେ ମଧ୍ୟ କେବଳ ତିନୋଟି ପ୍ୟାକ୍ସରେ ୟୁରିଆ ସାର ମିଳୁଛି । ଏନେଇ ଚାଷୀ ସମବାୟ ବିଭାଗ କଳାବଜାର କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତୁରା ଥିବା ସନ୍ଦେହ କରିଛନ୍ତି । ଆଜି କଣ୍ଟାମାଳ ଅଞ୍ଚଳର ଚାଷୀ ମାନେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ସହ ଏଆରସିଏସଙ୍କୁ ଘେରାଉ କରିଛନ୍ତି ।

ଜିଲ୍ଲାରେ ସାରର କଳାବଜାରକୁ କୃଷି ଅଧିକାରୀ ସ୍ବୀକାର କରିବା ସହ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି । ସାରର କଳାବଜାରୀକୁ ରୋକାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଧମକ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.