ETV Bharat / state

ରବି ଧାନ କ୍ରୟ ସମସ୍ୟା ନେଇ ବିଜେପିର ଦାବିପତ୍ର

ରବି ଧାନ କ୍ରୟର ବିଭିନ୍ନ ସମସ୍ୟାକୁ ନେଇ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଯୋଗାଣ ଅଧିକାରୀଙ୍କୁ ଘେରାଉ ସହ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ରବି ଧାନ କ୍ରୟର ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର

author img

By

Published : Jul 2, 2021, 9:53 PM IST

ବୌଦ୍ଧ: ରବିଧାନ କ୍ରୟକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଏହାର ପ୍ରତିବାଦରେ ଆଜି(ଶୁକ୍ରବାର) ଜିଲ୍ଲା ବିଜେପି ଶୋଭାଯାତ୍ରା କରିବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲାର 24 ଗୋଟି ଧାନ କ୍ରୟ କେନ୍ଦ୍ରରେ ରବିଧାନ ସଂଗ୍ରହକୁ ନେଇ ଆରମ୍ଭରୁ ସମସ୍ୟା ଲାଗି ରହିଛି ।

ରବି ଧାନ କ୍ରୟର ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଯୋଗାଣ ଅଧିକାରୀଙ୍କୁ ଦାବିପତ୍ର

ରବିଧାନ ଚାଷ କରିଥିବା ଅଧିକାଂଶ ଚାଷୀ ସେମାନଙ୍କ ଧାନ ବିକ୍ରି କରିପାରି ନାହାନ୍ତି । ଏସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ଟାର୍ଗେଟ ଓ ଟୋକନ ସମସ୍ୟା ମଧ୍ୟରେ ଚାଷୀ ଅସହାୟ ହୋଇପଡିଛି । ଚାଷୀଙ୍କ ଏଭଳି ସମସ୍ୟାକୁ ନେଇ ଜିଲ୍ଲା ବିଜେପି ଗତକାଲି ମନମୁଣ୍ଡା ଗାନ୍ଧୀ ଛକ ଠାରେ ଦୁଇ ଘଣ୍ଟା ଧରି 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି ପୁଣି ଥରେ ଯୋଗାଣ ଅଧିକାରୀଙ୍କୁ ଘେରିଛି ।

ଜିଲ୍ଲା ବିଜେପି ସଭାପତି, ବିଧାୟକ ପ୍ରାର୍ଥୀ, କୃଷକ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଓ ଅନ୍ୟାନ୍ୟ ବିଜେପି ବରିଷ୍ଠ ଓ ଯୁବ ନେତା ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.