ବୌଦ୍ଧ: ଆଜି ମହାଶିବରାତ୍ରୀ ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ଭକ୍ତଙ୍କ ମଧ୍ୟରେ ଅନେକ ଶ୍ରଦ୍ଧା । ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖାଦେଇଛି । ତେବେ ବୌଦ୍ଧ ଜିଲ୍ଲାର ଦୁଇ ପ୍ରମୁଖ ପ୍ରାଚୀନ ଶୈବପୀଠ ତଥା କେନ୍ଦ୍ର ପତ୍ନତତ୍ତ୍ବ ବିଭାଗ ଅଧିନରେ ରହିଛି ରାମେଶ୍ୱର ମନ୍ଦିର ଓ ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିର । ଗନ୍ଧରାଡି ଠାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଟି ପାନ୍ଥନିବାସ ନିର୍ମାଣ ହୋଇଛି । କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଦୁଇଟି ସ୍ଥାନ କେବଳ ଜାଗର ଯାତ୍ରା କିମ୍ବା ଅନ୍ୟ କୌଣସି ବିଶେଷ ଦିନରେ ସରକାରଙ୍କ ମନେପଡେ ଭଳି ମନେହୁଏ ।
କାରଣ ଚାରିଶମ୍ଭୁ ମନ୍ଦିର ସମ୍ମୁଖରେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ମିତ ଏକ ଧର୍ମଶାଳା ଦୀର୍ଘ କୋଡିଏ ବର୍ଷ ହେଲା ନିର୍ମାଣ ଚାଲିଛି ଯେ ତାହା ସମ୍ପୂର୍ଣ୍ଣ ହେବାର ନା ଧରୁନି । ସେହିପରି କେନ୍ଦ୍ର ସରକାରଙ୍କ ପଚାଶ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଆଉ ଏକ ପାନ୍ଥନିବାସ ଦୀର୍ଘ ଦୁଇ ବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ ।ଉକ୍ତ ଦୁଇଟି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ତାହା ହୋଇପାରି ନାହିଁ । ତେଣୁ ଉକ୍ତ ସ୍ଥାନ ଲଟାବୁଦାରେ ପରିପୂର୍ଣ୍ଣ ହେବା ସହ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି ।ତେଣୁ ଏଦିଗରେ ଦୃଷ୍ଟି ଦେଇ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ