ବୌଦ୍ଧ: ଜିଲ୍ଲାର ନିଆରା ପର୍ବ ସତୀ କନ୍ୟା ଠାକୁରାଣୀ ଯାତ୍ରା । ଯେଉଁ ଯାତ୍ରାରେ ସାମିଲ ହୋଇଥାନ୍ତି କେବଳ ମହିଳା । ଆଉ ପରସ୍ପରକୁ ଅଶ୍ଳୀଳ ଭାଷା କହି ପୁରା ଗାଁ ଭ୍ରମଣ କରିଥାନ୍ତି ।
ବୌଦ୍ଧ ଜିଲ୍ଲାର ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ମହାନଦୀ ଗର୍ଭରେ ଥିବା ୧୩ ଓ ୧୪ ନମ୍ବର ଓ୍ବାର୍ଡ ବିଶିଷ୍ଟ ମର୍ଜାକୁଦ ଦ୍ବୀପ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ସାରା ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିବାବେଳେ ଏଠାକାର ସତୀକନ୍ୟା ଠାକୁରାଣୀ ଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି ।
ଏହି ଯାତ୍ରାରେ ବିଶେଷ ଭାବେ ମହିଳାମାନେ ଭାଗ ନେବା ସହ ଅଶ୍ଳୀଳ ଭାଷାକୁ ବ୍ୟବହାର କରିଥାନ୍ତି । ଅଶ୍ଳୀଳ ଭାଷାକୁ ମହିଳାମାନେ ଉଚ୍ଚାରଣ କରୁଥିଲେ ମଧ୍ୟ ଏହା ସକାମ ଉପାସନାର ଏକ ଅଂଶ ବିଶେଷ ଭାବେ ବିବେଚନା କରାଯାଏ । ମାର୍ଗଶୀର ମାସ ପୂର୍ଣ୍ଣିମା ତିଥିରେ ପାଳିତ ଏହି ପାରମ୍ପରିକ ଯାତ୍ରାରେ ଦେବୀ ସତୀକନ୍ୟାଙ୍କ ଘଟକୁ ଗାଁ ଗଡତିଆ ଘରୁ ଏକ ସ୍ବତନ୍ତ୍ର ପଟୁଆରରେ ଗ୍ରାମ ଭ୍ରମଣ ସହ ପୀଠରେ ନିଆରା ଶୈଳୀରେ ପୂଜାର୍ଚ୍ଚନା କରାଯାଇଥିଲା । ମର୍ଜାକୁଦର ଏହି ନିଆରା ସତୀକନ୍ୟା ଠାକୁରାଣୀ ଯାତ୍ରା ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ