ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି: ଖଟବୁଲା ପ୍ରଥାକୁ ସହଯୋଗ ନକରିବାରୁ ସାମାଜିକ ବାସନ୍ଦ

author img

By

Published : Jan 16, 2023, 10:48 AM IST

ବୌଦ୍ଧ ଜିଲ୍ଲା ଫକୀରପୁର ଗ୍ରାମରେ ସୀମା ଲଙ୍ଘିଲା ଅନ୍ଧବିଶ୍ବାସ । ଖଟବୁଲା ପ୍ରଥାକୁ ସହଯୋଗ ନକରିବାରୁ ପରିବାରକୁ ସାମାଜିକ ବାସନ୍ଦ । ଅଧିକ ପଢ଼ନ୍ତୁ

superstition in boudh
ବୌଦ୍ଧରେ ଅନ୍ଧବିଶ୍ବାସ
ଖଟବୁଲା ପ୍ରଥାକୁ ସହଯୋଗ ନକରିବାରୁ ସାମାଜିକ ବାସନ୍ଦ

ବୌଦ୍ଧ: ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । 5ଜି ଯୁଗରେ ଆଜି ବି ଏହି କୁପ୍ରଥାକୁ ଜାବୁଡ଼ି ଧରିଛି ଅନ୍ଧବିଶ୍ବାସର ସମାଜ । ଖଟ ବୁଲାଇ ଚୋର ଧରିବା ଭଳି ଅନ୍ଧବିଶ୍ୱାସକୁ ବିରୋଧ କରିବା ଗାଁ ସଭାପତିଙ୍କୁ ମହଙ୍ଗା ପଡିଲା । ଗ୍ରାମବାସୀ ମିଶି ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ଗ୍ରାମରେ ।

ଆଜିର ଅତ୍ୟାଧୁନିକ ଯୁଗରେ ତନ୍ତ୍ର ମନ୍ତ୍ର, ଗୁଣିଗାରେଡି, ଝଡାଫୁଙ୍କା ସହିତ ଚୋର ଧରିବା ପାଇଁ ମଣିଷ ନଖ ଦର୍ପଣ, ଖଟବୁଲା ଭଳି ଅନ୍ଧବିଶ୍ୱାସର ସହାୟତା ନିଆଯାଉଛି । ଫଳରେ ଅନେକ ସମୟରେ ନୀରିହ ମଣିଷ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ବୌଦ୍ଧ ଜିଲ୍ଲାର ଫକୀରପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମରେ ଗତ ପ୍ରାୟ ସାତ ମାସ ତଳେ ଜନୈକ ବ୍ୟକ୍ତିଙ୍କ ଘରେ ଚୋରି ହୋଇଥିଲା । ଚୋରି ପରେ ଚୋର ଧରିବାକୁ ପୋଲିସର ସହାୟତା ନିଆ ନଯାଇ ଖଟ ବୁଲାଇବାକୁ ଗାଁ କମିଟି ନିଷ୍ପତ୍ତି ନେଲା । ତେବେ ଏହି ଅନ୍ଧବିଶ୍ୱାସକୁ ଗାଁ କମିଟିର ସଭାପତି ସମର୍ଥନ କଲେ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ଇଂଲଣ୍ଡକୁ କଡା ଟକ୍କର ଦେଲା ଭାରତ, ପ୍ରଶଂସକଙ୍କ ଗହଣରେ ଖୁସିର ମାହୋଲ

ଓଲଟା ବାଧ୍ୟତାମୂଳକ ଭାବରେ ଗାଁରେ ଗୁଣିଆ ଡକାଇ ଖଟବୁଲା କାର୍ଯ୍ୟକ୍ରମ ହେଲା । ଏଥିରେ ଦୁଇ ଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା । ଦୁଇ ଅଭିଯୁକ୍ତଙ୍କ ପରିବାର ସହିତ ଗାଁ ସଭାପତିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଅର୍ଥ ଦଣ୍ଡ ଦିଆଗଲା । ଏହାଛଡା ଗାଁରେ ଉକ୍ତ ପରିବାରକୁ ସମ୍ପୂର୍ଣ୍ଣ ସାମାଜିକ ବାସନ୍ଦ କରାଯିବା ସହିତ କୌଣସି ବ୍ୟକ୍ତି ଉକ୍ତ ବାସନ୍ଦ ପରିବାର ସହିତ ସମ୍ପର୍କ କିମ୍ବା କଥାବାର୍ତ୍ତା ହେଲେ କୋଡିଏ ହଜାର ଟଙ୍କାର ଦଣ୍ଡ ପାଇଁ ହୁକୁମ ଦିଆଯାଇଥିବା ନେଇ ଗାଁ ସଭାପତି ଅଭିଯୋଗ କରିଛନ୍ତି । ତେବେ ଘଟଣାର ପ୍ରାୟ ସାତ ମାସ ପରେ ଗାଁ ସଭାପତିଙ୍କ ଅମଳ ଧାନ ଖରିରେ କେହି ନିଆଁ ଲଗାଇ ଦେଇଛି । ବାସନ୍ଦ କାରଣରୁ ଯୋଜନାବଦ୍ଧ ଭାବେ ଗାଁ ଲୋକେ ଏପରି କରିଥିବା ଉକ୍ତ ପରିବାର ସନ୍ଦେହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ଭେଦଭାବ କରିବା ଓସିଏର ପୁରୁଣା ପରମ୍ପରା କହିଲେ ପୂର୍ବତନ କ୍ରୀଡା ସଂଗଠକ

ଏନେଇ ପରିବାର ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଏସବୁ ଘଟଣା କ୍ରମ ପଛରେ ରାଜନୈତିକ ଆକ୍ରୋଶ ଥିବା ଚର୍ଚ୍ଚା ହେଉଥିବା ବେଳେ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସାମାଜିକ ବାସନ୍ଦ ଓ ଅଗ୍ନିକାଣ୍ଡକୁ ନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ତଥା ନ୍ୟାୟ ପ୍ରଦାନ ପାଇଁ ଉକ୍ତ ପରିବାର ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.