ETV Bharat / state

ଫେଲ ମାରିଲା ଫ୍ୟାମିଲି ପ୍ଲାନିଂ; ମିଳୁନି ଆର୍ଥିକ ସହୟତା - ସ୍ବାସ୍ଥ୍ୟ ଅଧିକରୀ

ସ୍ବାସ୍ଥ୍ୟ ଅଧିକରୀଙ୍କ କଥାକୁ ଭରଷା କରି ଫ୍ୟାମିଲି ପ୍ଲାନିଂ କରିଥିଲେ । ହେଲେ ଅପରେସନ ହେଲା ବିଫଳ, ମିଳିଲା ନାହିଁ ଆର୍ଥିକ ସହାୟତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 11, 2019, 5:33 PM IST

ବୌଦ୍ଧ: ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ପରିବାର ନିୟନ୍ତ୍ରଣ ଯୋଜନା ଆରମ୍ଭ କଲେ । ଏଥିପାଇଁ ଯେଉଁମାନେ ପରିବାର ନିୟନ୍ତ୍ରଣ ଆରମ୍ଭ କଲେ ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ କରିବା ସହ ସମସ୍ତ ଚିକିତ୍ସା ମଧ୍ୟ ବହନ କରିବାର ବ୍ୟବସ୍ଥା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସରକାରଙ୍କ ଏହି ବ୍ୟବସ୍ଥାକୁ ଭରଷା କରି ବୌଦ୍ଧ ଜିଲ୍ଲା ତେଲିବନ୍ଧ ଗ୍ରାମର ରାଘବ ମହାକୁଡ ଓ ତାଙ୍କ ପତ୍ନୀ ଭାରତୀ ମହାକୁଡ ଗତ 2011 ମସିହାରେ ନିକଟସ୍ଥ ବାଉଁଶୁଣୀ ମେଡିକାଲରେ ଅସ୍ତ୍ରୋପଚାର କରିଥିଲେ । କିନ୍ତୁ ଅପରେସନର ପାଞ୍ଚବର୍ଷ ପରେ ଭାରତୀ ପୁଣି ଥରେ ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟ ଦମ୍ପତିଙ୍କ ଉପରେ ଯେମିତି ଚଡକ ପଡିଥିଲା । ଅସ୍ତ୍ରୋପଚାର ପରେ ସରକାର ସବୁଜ ପତ୍ରିକା ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ମିଳିବାକୁ ଥିବା ଆର୍ଥିକ ସହାୟତା ମଧ୍ୟ ମିଳିନାହିଁ । ଅନ୍ୟପଟେ ଅସ୍ତ୍ରୋପଚାର ମଧ୍ୟ ବିଫଳ । ଏହାକୁ ନେଇ ଉଭୟ ଦମ୍ପତି ଏବେ ମାନସିକ ଆଶାନ୍ତି ସହ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି ।

ଅସ୍ତ୍ରୋପଚାର ପୂର୍ବରୁ ଦୁଇଟି ସନ୍ତାନ ଥିଲେ ଏବେ ଅସ୍ତ୍ରୋପଚାର ପରେ ଜନ୍ମ ହୋଇଥିବା ସନ୍ତାନ ସହ 3ଟି ସନ୍ତାନକୁ ନେଇ ନିଜ ଭଙ୍ଗା ଦଦରା ଘରେ ରହୁଛନ୍ତି । ଗରିବ ପରିବାର ହୋଇଥିବାରୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ 3ଟି ସନ୍ତାନଙ୍କ ଭରଣ ପୋଷଣ କରିବା କଷ୍ଟକର ହୋଇପଡିଛି । ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଏମିତି ଘଟଣା ହୁଏ । ପ୍ରାୟ ଶହେ ପ୍ରତିଶତରୁ 10 ପ୍ରତିଶତ ଅପରେସନ ବିଫଳ ହୋଇଥାଏ ବୋଲି କହିଛନ୍ତି ।

ଏହାସହ ଯଦି ଆବେଦନକାରୀ ଉଚ୍ଚିତ ପଦ୍ଧତିରେ ଆବେଦନ କରିବେ ସରକାରଙ୍କ ତରଫରୁ ଦିଆଯାଉଥିବା ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.