ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବୃଦ୍ଧି ପାଉଛି ନକଲି ଶିକ୍ଷକଙ୍କ ସଂଖ୍ୟା - ନକଲି ଶିକ୍ଷକ

ବୌଦ୍ଧରେ ବୃଦ୍ଧି ପାଉଛି ନକଲି ଶିକ୍ଷକଙ୍କ ସଂଖ୍ୟା । ଏହାସହ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ ବୃଦ୍ଧି ପାଉଛି ନକଲି ଶିକ୍ଷକଙ୍କ ସଂଖ୍ୟା

author img

By

Published : Apr 12, 2023, 2:02 PM IST

ବୌଦ୍ଧରେ ବୃଦ୍ଧି ପାଉଛି ନକଲି ଶିକ୍ଷକଙ୍କ ସଂଖ୍ୟା

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ନିର୍ମମାନର ସରକାରୀ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ନକଲି ଶିକ୍ଷକ ଧରାପଡିବା ପରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜାଲ ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକଙ୍କ ଲମ୍ବା ତାଲିକା ରହିଥିବା ବେଳେ ବର୍ତ୍ତମାନ ଶିକ୍ଷାର ବିକାଶ ପାଇଁ ୫ଟି ସ୍କୁଲ ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି ।

ଜିଲ୍ଲାର ଶିକ୍ଷା ବିଭାଗ ବର୍ତ୍ତମାନ ବ୍ୟାପକ ସମସ୍ୟା ଘେରରେ ରହିଛି । ଶିକ୍ଷକ ବଦଳି ଠାରୁ ନେଇ ନକଲି ଶିକ୍ଷକ ତାଲିକା ପ୍ରସ୍ତୁତ କରୁ କରୁ ବିଭାଗ ନୟାନ୍ତ ହୋଇପଡିଲାଣି । ସେପଟେ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ତଥା ଶିକ୍ଷାର ବିକାଶ ପାଇଁ 5t ମାଧ୍ୟମରେ ବିଦ୍ୟାଳୟର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି ।

ବଢୁଛି ନକଲି ଶିକ୍ଷକଙ୍କ ସଂଖ୍ୟା: ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟରେ ଜାଲ ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ଦୁଇ ବର୍ଷ ତଳେ ଶିକ୍ଷା ବିଭାଗ ୪୯ ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରିଥିବା ବେଳେ ବର୍ତ୍ତମାନ ଆଉ୭ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । କିନ୍ତୁ ପ୍ରକୃତରେ ଜିଲ୍ଲାରେ ଆହୁରି ନକଲି ଶିକ୍ଷକ ରହିଥିବା ନେଇ ଅଭିଯୋଗ ହୋଇଛି । ପଡୋଶୀ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏଭଳି ନକଲି ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଅନୈତିକ କାର୍ଯ୍ୟରେ କିଛି ଶିକ୍ଷା ବିଭାଗର ଅଧିକାରୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି । ଶିକ୍ଷକ ସହିତ ବର୍ତ୍ତମାନ ହରଭଙ୍ଗା ବ୍ଲକର ଜଣେ ଅଙ୍ଗନବାଡି ଦିଦି ମଧ୍ୟ ଜାଲ ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରି ହାତେଇ ଜେଲଦଣ୍ଡ ଭୋଗିବା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବୌଦ୍ଧ ଜିଲ୍ଲାରେ ଆହୁରି ଅନେକ ବିଦ୍ୟାଳୟରେ ଏଭଳି ନକଲି ଶିକ୍ଷକ କାର୍ଯ୍ୟ ରତ ଥିବା ଜଣାପଡିଛି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏଭଳି ନକଲି ଶିକ୍ଷକ ଧରାପଡିବେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ମଧ୍ୟାହ୍ନ ଭୋଜନରେ ଅନିୟମିତତା: ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ଶିକ୍ଷକ ଭଳି ମଧ୍ୟାହ୍ନ ଭୋଜନରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । କେତେକ ବିଦ୍ୟାଳୟରେ ନିମ୍ନ ମାନର ଚାଉଳ ଓ ପାଣିଆ ଡାଲି ଦେଇ ଛାତ୍ରଛାତ୍ରୀଙ୍କୁ ପରୋକ୍ଷରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଉପାନ୍ତ ଅଞ୍ଚଳର ବିଦ୍ୟାଳୟକୁ ଚାଉଳ ଡାଲି ଯୋଗାଣ ଠିକରେ ହେଉନଥିବା କାରଣରୁ ଛାତ୍ରଛାତ୍ରୀ ଉପବାସରେ ରହୁଥିବା ଭଳି ଅଭାବନୀୟ ଘଟଣା ନଜରକୁ ଆସୁଛି । ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲାର ସୀମାନ୍ତ ତଳଗାଁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ଦାୟିତ୍ୱରେ ଥିବା ଶିକ୍ଷକ ଓ ସିଆରସିସିଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଶିକ୍ଷାର ବିକାଶ ପାଇଁ ସରକାର ବୌଦ୍ଧ ଜିଲ୍ଲାରେ ଚାଳିଶରୁ ଊର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟକୁ 5t ଅନ୍ତର୍ଭୁକ୍ତ କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏହି 5t ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେବା ସହିତ ଏସବୁ ବ୍ଲକର ସରକାରୀ ବାବୁଙ୍କ ଇଙ୍ଗିତରେ ହେଉଥିବା ଅଭିଯୋଗ ହୋଇଛି । ଖୋଦ ବୌଦ୍ଧ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ 5t ବିଦ୍ୟାଳୟ ପରିଦର୍ଶନ ସମୟରେ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.