ବୌଦ୍ଧ: ଜିଲ୍ଲାର ପଞ୍ଚାୟତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ଏହାର ତଦନ୍ତ ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଓ ଭିଜିଲାନ୍ସ ଠାରେ ଦାବି ଜଣାଇଛନ୍ତି । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ 57 ନମ୍ବର ଜାତୀୟ ରାଜପଥ ଠାରୁ ମଧୁପୁର ଗାଁକୁ ମାତ୍ର ଏକ କିଲୋମିଟରରୁ କମ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।
ସେହି ରାସ୍ତାରେ ଅଳ୍ପ କିଛି ପଥର ଗୁଣ୍ଡ ପକାଇ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ନେଇ ଗ୍ରାମବାସୀ ବୌଦ୍ଧ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏନେଇ କୌଣସି ସୁଫଳ ନପାଇବାରୁ ଗ୍ରାମବାସୀ ପୁନର୍ବାର ବୌଦ୍ଧ ଜିଲ୍ଲାପାଳ ଓ ଭିଜିଲାନ୍ସ ଠାରେ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି । ରାସ୍ତା ନିର୍ମାଣ ଅନିୟମିତତା ସମ୍ପର୍କରେ ତଦନ୍ତ ହେଲେ ସମସ୍ତ ଗୁମର ଫିଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ