ETV Bharat / state

ଲକଡାଉନରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ - ଜଳସେଚନ ବିଭାଗ

ଲକଡାଉନ ସମୟରେ ଶ୍ରମିକଙ୍କୁ ସେମାନଙ୍କ କାମର ପ୍ରାପ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଲକଡାଉନ ସମୟରେ ଶ୍ରମିକଙ୍କୁ ଶୋଷଣ
ଲକଡାଉନ ସମୟରେ ଶ୍ରମିକଙ୍କୁ ଶୋଷଣ
author img

By

Published : Jun 18, 2021, 11:37 AM IST

ବୌଦ୍ଧ: ଲକଡାଉନ ସମୟରେ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି ଶ୍ରମିକ । ଶ୍ରମିକଙ୍କୁ ସେମାନଙ୍କ କାମର ପ୍ରାପ୍ୟ ପ୍ରଦାନ କରାଯାଉ ନଥିବା ଏବେ ଅଭିଯୋଗ ହୋଇଛି । ପ୍ରଥମଟି ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଠିକାକାମ ହାତେଇଥିବା ଜଣେ ଠିକାଦାର ଶ୍ରମିକଙ୍କୁ ଦୀର୍ଘ ଦିନ ଧରି କାମ କରିବା ପରେ ପ୍ରାପ୍ୟ ପ୍ରଦାନ ନକରି ଫେରାର ହୋଇଯାଇଛନ୍ତି ।

ଲକଡାଉନ ସମୟରେ ଶ୍ରମିକଙ୍କୁ ଶୋଷଣ

ଫଳରେ କଷ୍ଟରେ ଚଳୁଥିବା ଶ୍ରମିକମାନେ ଜଳସେଚନ ଅଧିକାରୀଙ୍କୁ ସେମାନଙ୍କ ଦୁଃଖ ଜଣାଇବାକୁ ଆସିଥିଲେ । କିନ୍ତୁ ସେଠାରେ ଅଧିକାରୀଙ୍କୁ ଦେଖା କରିପାରିନଥିଲେ । ପରେ କିଛି ବିଭାଗୀୟ କର୍ମଚାରୀ ସେମାନଙ୍କୁ ଗାଳିଗୁଲଜ କରି ସେଠାରୁ ଫେରାଇ ଦେଇଥିବା ସୂଚନା ମିଳିଛି ।

ସେପଟେ ନୟାଗଡ଼ ଜିଲ୍ଲା ଶରଧାପୁର ଗ୍ରାମରୁ ବୌଦ୍ଧକୁ କାମ ଅନ୍ବେଷଣରେ ଆସିଥିବା 9 ଜଣ ଶ୍ରମିକଙ୍କୁ ସେମାନଙ୍କ କାମର ପ୍ରାପ୍ୟ ଜଣେ ଠିକାଦାର ପ୍ରଦାନ କରିନଥିବା ଅଭିଯୋଗ ହୋଇଛି । ଏପରିକି ସେମାନେ ଗତ ଦୁଇ ତିନି ଦିନ ହେଲା ଭୋକରେ ଥିବା ଅଭିଯୋଗ କରିବା ସହ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ପହଞ୍ଚି ଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.