ETV Bharat / state

ଶୁଣନ୍ତୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କ ଅନୁଭୂତି - ଗଡଜାତ ଆନ୍ଦୋଳନ

ଆଜିବି ଚଳଚଞ୍ଚଳ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର । ହେଲେ ସ୍ବାଧୀନତାର ପ୍ରକୃତ ଅର୍ଥ ବର୍ତ୍ତମାନ ସ୍ବେଚ୍ଛାଚାରିତା ତଥା ଭ୍ରଷ୍ଟାଚାରରେ ପରିଣତ ହୋଇଥିବା ସେ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 15, 2019, 11:22 AM IST

ବୌଦ୍ଧ: ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ବୌଦ୍ଧ ଜିଲ୍ଲାର ଜଣେ ଜଣାଶୁଣା ତଥା ପରିଚିତ ବ୍ୟକ୍ତିତ୍ବ । ରାଜତନ୍ତ୍ର ବିରୋଧରେ ସଂଗ୍ରାମ କରି ନିର୍ବାସିତ ଜୀବନ କାଟିଥିବା ଏହି ସଂଗ୍ରାମୀ ଆଜିବି ଚଳଚଞ୍ଚଳ। ଶୁଣନ୍ତୁ ତାଙ୍କ ମୁହଁରୁ ତତ୍କାଳୀନ ସମୟର ଗଡଜାତ ଆନ୍ଦୋଳନ ସମ୍ପର୍କିତ କିଛି କଥା ।

ବୌଦ୍ଧ ଗଡଜାତ ଥିଲା ବ୍ରିଟିଶ ଶାସନାଧୀନ ଏକ କରଦ ରାଜ୍ୟ । ଯେଉଁଠି ସାମାଜିକ କୁସଂସ୍କାର ଓ ବ୍ରିଟିଶ ଆଇନ ବିରୋଧରେ ଭାରତ ମାତାର ମୁକ୍ତି ନିମନ୍ତେ ସୃଷ୍ଟି ହୋଇଥିଲା ପ୍ରଜାମଣ୍ଡଳ । ଏହା ଯେ କେବଳ ଏକ ସଙ୍ଗଠନ ନଥିଲା ଏହା ଥିଲା ବୈପ୍ଳବିକ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ସ୍ବାଧିନ ଚେତା ନାଗରିକଙ୍କ ସମଷ୍ଟିଗତ ସ୍ବର । ତେବେ ଏହି ସଂଘର୍ଷରେ ବୌଦ୍ଧ ସହରର ବରିଷ୍ଠ ତଥା ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ରଙ୍କ ନାମ ଅନ୍ୟତମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପ୍ରଜାମଣ୍ଡଳ ଆନ୍ଦୋଳନ ସହ ଜଡିତ ହୋଇ ସେ ହୋଇ ଥିଲେ ରାଜ୍ୟରୁ ଦେଶାନ୍ତର । ସମ୍ବଲପୁର ଓ ପରେ କଟକସ୍ଥିତ ସ୍ବରାଜ ଆଶ୍ରମରେ ଦୀର୍ଘ କାଳ ଅତିବାହିତ କରିଥିଲେ ଏହି ସଂଗ୍ରାମୀ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦର୍ଶନ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅନୁଭୂତି । କିନ୍ତୁ ସ୍ବାଧୀନତାର ପ୍ରକୃତ ଅର୍ଥ ବର୍ତ୍ତମାନ ସ୍ବେଚ୍ଛାଚାରିତା ତଥା ଭ୍ରଷ୍ଟାଚାରରେ ପରିଣତ ହୋଇଥିବା ଯୋଗୁଁ ସେ ବହୁତ ଦୁଃଖିତ ବୋଲି କହିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ଜଣେ ସ୍ବାଧୀନତା ସଂଗ୍ରାମୀଙ୍କ ମୁହଁରୁ ତତ୍କାଳୀନ ସମୟର ଗଡଜାତ ଆନ୍ଦୋଳନ ସହ ସମ୍ପର୍କିତ କଥା ।ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ବୌଦ୍ଧ ଜିଲ୍ଲାର ଜଣେ ଜଣାଶୁଣା ତଥା ପରିଚିତ ବ୍ୟକ୍ତିତ୍ବ ।ରାଜତନ୍ତ୍ର ବିରୋଧରେ ସଂଗ୍ରାମ କରି ନିର୍ବାସିତ ଜୀବନ କାଟିଥିବା ଏହି ସଂଗ୍ରାମୀ ଆଜିବି ଚଳଚଞ୍ଚଳ ।
ବୌଦ୍ଧ ଗଡଜାତ ଥିଲା ବ୍ରିଟିଶ ଶାସନାଧୀନ ଏକ କରଦ ରାଜ୍ୟ ।ଏହାର ଶେଷ ଶାସକ ରାଜା ନାରାୟଣ ପ୍ରସାଦ ଦେବ ପ୍ରଜାବତ୍ସଳ ଥିଲେ ମଧ୍ୟ ସାମାଜିକ କୁସଂସ୍କାର ଓ ବ୍ରିଟିଶ ଆଇନ ବିରୁଦ୍ଧରେ ଭାରତ ମାତାର ମୁକ୍ତି ନିମନ୍ତେ ସୃଷ୍ଟି ହୋଇଥିବା ପ୍ରଜାମଣ୍ଡଳ କେବଳ ଏକ ସଂଗଠନ ନଥିଲା । ଏହା ଥିଲା ବୈପ୍ଳବିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ସ୍ବାଧିନଚେତା ନାଗରିକଙ୍କ ସମଷ୍ଟିଗତ ସ୍ବର ।ତନ୍ମଧ୍ୟରୁ ବୌଦ୍ଧ ସହରର ବରିଷ୍ଠ ତଥା ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଙ୍କ ନାମ ଅନ୍ୟତମ ।ପ୍ରଜାମଣ୍ଡଳ ଆନ୍ଦୋଳନ ସହ ଜଡିତ ହୋଇ ସେ ହୋଇ ଥିଲେ ରାଜ୍ୟରୁ ଦେଶାନ୍ତର ।ସମ୍ବଲପୁର ଓ ପରେ କଟକସ୍ଥିତ ସ୍ବରାଜ ଆଶ୍ରମରେ ଦୀର୍ଘ କାଳ ଅତିବାହିତ କରିଥିଲେ ଏହି ସଂଗ୍ରାମୀ ।ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଦର୍ଶନ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅନୁଭୂତି । କିନ୍ତୁ ସ୍ବାଧୀନତାର ପ୍ରକୃତ ଅର୍ଥ ବର୍ତ୍ତମାନ ସ୍ବେଛାଚାରିତା ତଥା ଭ୍ରଷ୍ଟାଚାର ରେ ପରିଣତ ହୋଇଥିବା ଯୋଗୁଁ ଶ୍ରୀ ମିଶ୍ର ବେଶ ଦୁଃଖିତ ।

Body:ବୌଦ୍ଧ ର ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଙ୍କ ଅନୁଭୂତି ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.