ETV Bharat / state

ଜିପି ମନିଟର ମିଟିଂରେ ଜେଇଙ୍କୁ ତାଗିଦ କଲେ ନିର୍ବାହୀ ଯନ୍ତ୍ରୀ

ପରିମଳ ବିଭାଗରେ ଅବ୍ୟବସ୍ଥା ନେଇ ଜିପି ମନିଟର ମିଟିଂରେ ନିର୍ବାହୀଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଦବେଗର ସହିତ ଜବାବ ତଲବ କରିଛନ୍ତି । ଦୁଇ ଦିନ ମଧ୍ୟରେ ଘଟଣାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଭାଗୀୟ ଅଧିକାରୀ ଭଞ୍ଜ କିଶୋର ମନୋହାରୀ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 19, 2019, 10:03 PM IST

ବୌଦ୍ଧ: କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ବାହୀଯନ୍ତ୍ରୀଙ୍କ ଉଦବେଗର ସହିତ ଆକ୍ଷେପ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଜଳ ଓ ପରିମଳ ବିଭାଗର ଜିପି ମନିଟର ମିଟିଂରେ । ମିଟିଂରେ ହିଁ ବିଭାଗର ଗୁମର ଖୋଲିଥିଲେ ଖୋଦ ବିଭାଗୀୟ ମୁଖ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପରିମଳ ବ୍ୟବସ୍ଥାକୁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥିତ କରିବାକୁ ଚୟନ କରାଯାଇ ୩ ଜୁନ ୨୦୧୮ ଠାରୁ ପ୍ରତ୍ୟେକ ପଞ୍ଚାୟତରେ ମନିଟର ନିୟୋଜିତ ହୋଇଥିଲେ । କିନ୍ତୁ ଇତିମଧ୍ୟରେ ପ୍ରାୟ ଦେଢବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ମନିଟର ମାନଙ୍କୁ ଦରମା କିମ୍ବା କୌଣସି ଇନସେନଟିଭ ତ ଦୂରର କଥା ବର୍ତ୍ତମାନ ଯାଏ ଆପଏଣ୍ଟମେଣ୍ଟ ଲେଟର ଖଣ୍ଡେ ଦିଆଯାଇ ନଥିବା ଜିପି ମନିଟର ସ୍ବାଧିନ ପରିଡା କହିଛନ୍ତି ।

ଏଭଳି ସାଙ୍ଘାତିକ ଅଭିଯୋଗ ବୈଠକରେ ଉଠିବା ପରେ ବିଭାଗୀୟ ଅଧିକାରୀ ଆକ୍ସନ ମୁଡକୁ ଆସିବା ସହ ସେଠାରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କୁ ଜବାବ ତଲବ କରିଥିଲେ । ଯନ୍ତ୍ରୀଙ୍କ ଟାଳଟୁଳ ଜବାବ ଯୋଗୁଁ ତାଙ୍କ ଉପରେ ବର୍ଷିଥିଲେ ନିର୍ବାହୀ ଯନ୍ତ୍ରୀ । କେବଳ ବୌଦ୍ଧ ଜିଲ୍ଲାରେ ତମେ ତିଷ୍ଠିଛ ଅନ୍ୟ କେଉଁଠି ଏଭଳି ହୁଅନ୍ତା ନାହିଁ ବୋଲି ତାଗିଦ କରିଥିଲେ ନିର୍ବାହୀ ଯନ୍ତ୍ରୀ । ଏଥିସହ ଦୁଇ ଦିନ ମଧ୍ୟରେ ଘଟଣାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଭାଗୀୟ ଅଧିକାରୀ ଭଞ୍ଜ କିଶୋର ମନୋହାରୀ ସୂଚନା ଦେଇଛନ୍ତି । ତେବେ ସମ୍ପୃକ୍ତ ବିଭାଗର ଏଭଳି ଅବସ୍ଥା ପାଇଁ ଦାୟୀ କିଏ ଏନେଇ ପ୍ରଶ୍ନ ଉଠିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro: ତହସିଲଦାରଙ୍କ ଚାଡାଉ : ତିନୋଟି ହାଇୱା ଜବତ

Body:ମାଟି ଚୋରା ଚାଲାଣ ଅଭିଯୋଗ ରେ ରଣପୁର ତହସିଲଦାର ସୁଶାନ୍ତ କୁମାର ପତି ୧୬ନଂ ଜାତୀୟ ରାଜପଥର ଚମ୍ପାଗଡ଼ ନିକଟରେ ଚାଡାଉ କରି ୩ଟି ମାଟି ବୋଝେଇ ହାଇୱା ଜବତ କରିଛନ୍ତି । ଜବତ କରିବା ପରେ ଗାଡି ଗୁଡିକୁ ଚାନ୍ଦପୁର ଥାନାର ଜିମା ଦିଆଯାଇଛି । ଜବତ ଟ୍ରକ ଗୁଡିକ ଜାତୀୟ ରାଜପଥ ୧୬ନଂରେ ବେଆଇନି ଭାବେ ମାଟି ବୋହୁଥିଲେ । Conclusion:ଜବତ ଗାଡି ଗୁଡିକ ଅଗ୍ରୱାଲ ଇନଫ୍ରା ବିଲଡ଼ର ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.