ETV Bharat / state

ଭୂତକୋଠୀ ପାଲଟିଲାଣି ଅବକାରୀ ଥାନା କୋଠା, ଫାଟକରେ ଝୁଲୁଛି ତାଲା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ଠାରେ ଆରଡି ବିଭାଗ ଏକ ଅବକାରୀ ଥାନା କୋଠା ଭୂତକୋଠୀ ପାଲଟିବାକୁ ବସିଲାଣି । ଅଧିକ ପଢନ୍ତୁ...

ଭୂତକୋଠୀ ପାଲଟିଲାଣି ଅବକାରୀ ଥାନା କୋଠା
ଭୂତକୋଠୀ ପାଲଟିଲାଣି ଅବକାରୀ ଥାନା କୋଠା
author img

By

Published : Jul 14, 2021, 12:39 PM IST

ବୌଦ୍ଧ: ଭୂତକୋଠୀ ପାଲଟିବାକୁ ବସିଲାଣି ଜିଲ୍ଲାରେ ନବ ନିର୍ମିତ ଅବକାରୀ ଥାନା କୋଠା । କୋଠା ନିର୍ମାଣ ହୋଇଛି ହୋଇଛି ହେଲେ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଏହା ଉପରେ ପଡୁନି କାହାର ନଜର । ବିଭାଗ ବିଭାଗ ଭିତରେ ସମନ୍ବୟ ଅଭାବରୁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ଭୂତକୋଠୀ ପାଲଟିଲାଣି ଅବକାରୀ ଥାନା କୋଠା

ସୂଚନାଅନୁସାରେ,ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ଠାରେ ଆରଡି ବିଭାଗ ଏକ ଅବକାରୀ ଥାନା କୋଠା ନିର୍ମାଣ କରିଥିଲା । କୋଠା ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଏହାର ଉଦଘାଟନ ହୋଇଛି । ଉଦଘାଟନର ଦୀର୍ଘ ଦିନ ପରେ ମଧ୍ୟ ଏଠାରେ ବିଦ୍ୟୁତ ସଂଯୋଗ ଅଛି ନା ପାନୀୟଜଳ ସଂଯୋଗ । ଆହୁରି ଅନେକ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଦର୍ଶାଇ ଅବକାରୀ ବିଭାଗ ଏହାକୁ କାର୍ଯ୍ୟକ୍ଷମ କରୁନାହିଁ । ଫଳରେ ଚାରିଛକର ଏକ ଭଡାଘରେ ହରଭଙ୍ଗା ଅବକାରୀ କାର୍ଯ୍ୟାଳୟ ଚାଲୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

କୋଠରେ ବାକି ଥିବା ସମସ୍ତ ପ୍ରକାର କାର୍ଯ୍ୟକାରୀ ଶେଷ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ସ୍ଥାୟୀ କାର୍ଯ୍ୟାଳୟ ତଥା କର୍ମଚାରୀ ଅନୁପସ୍ଥିତିର ସୁଯୋଗ ନେଇ ହରଭଙ୍ଗା ବ୍ଲକରେ ବ୍ୟାପକ ମାଦକ ଦ୍ରବ୍ୟର ଚୋରା କାରବାର ଚାଲିଥିବା ସୂଚନା ମିଳିଛି । ଏ ନେଇ ଦୃଢ ପ୍ରଶାସନିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀଙ୍କ ଗହଣରେ ମତ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.