ETV Bharat / state

ବୌଦ୍ଧରେ ପୁଣି ସକ୍ରିୟ ଲାଲବାହିନୀ: ନକ୍ସଲ ଓ ସୁରକ୍ଷା ବାହିନୀ ମୁହାଁମୁହିଁ, ବିପୁଳ ମାଓ ସାମଗ୍ରୀ ଜବତ

author img

By ETV Bharat Odisha Team

Published : Nov 21, 2023, 10:45 PM IST

ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ଲାଲବାହିନୀ । ଜିଲ୍ଲାରେ ପ୍ରଥମଥର ପାଇଁ ସୁରକ୍ଷା ବାହିନୀ ସହିତ ନକ୍ସଲମାନଙ୍କ ମୁହାଁମୁହିଁ । ଅଧିକ ପଢ଼ନ୍ତୁ

ବୌଦ୍ଧରେ ପୁଣି ସକ୍ରିୟ ଲାଲବାହିନୀ
ବୌଦ୍ଧରେ ପୁଣି ସକ୍ରିୟ ଲାଲବାହିନୀ
ବୌଦ୍ଧରେ ପୁଣି ସକ୍ରିୟ ଲାଲବାହିନୀ

ବୌଦ୍ଧ: ମାଓମୁକ୍ତ ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ମାଓ ଆତଙ୍କ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କଲେ ସଶସ୍ତ୍ର ନକ୍ସଲ । ମାଓମୁକ୍ତ ହୋଇଥିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଥର ମାଓବାଦୀ ଓ ନକ୍ସଲଙ୍କ ଗତିବିଧି ରହି ଆସିଛି । ଦୁଇ ଦିନ ତଳେ ଏଭଳି ଏକ ନକ୍ସଲ ଟିମ୍ ସହିତ ପୋଲିସ ଓ ସୁରକ୍ଷା ବାହିନୀ ମୁହାଁମୁହିଁ ଫାୟାରିଙ୍ଗ ହୋଇଥିବା ବେଲେ ଜଙ୍ଗଲରେ ପ୍ରାୟ 35ରୁ 40 ଜଣ ନକ୍ସଲ ଥିବା ଜଣାପଡ଼ିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସମ୍ପୁର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ।

ମାଓମୁକ୍ତ ଜିଲ୍ଲା ଘୋଷଣା ହୋଇଥିବା ବୌଦ୍ଧ ଜିଲ୍ଲାରେ ପୁଣି ସକ୍ରିୟ ଲାଲବାହିନୀ । ଜିଲ୍ଲାରେ ପ୍ରଥମଥର ପାଇଁ ସୁରକ୍ଷା ବାହିନୀ ସହିତ ନକ୍ସଲମାନଙ୍କ ମୁହାଁମୁହିଁ ଫାୟରିଂ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ମୁତାବକ ଗତ ୧୬ ତାରିଖରେ ପ୍ରାୟ ୩୫ରୁ ୪୦ ଜଣ ସଶସ୍ତ୍ର ନକ୍ସଲ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନରେ ଥିବା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ରାବଣେଶ୍ବର ଜଙ୍ଗଲରେ ବୁଲୁଥିବା ନେଇ ଖବର ମିଳିଥିଲା । ତୁରନ୍ତ ପୋଲିସ ଏସପି ଏକ ଟିମ ଗଠନ କରି ଏସଓଜିଓ ଡିଭିଏଫ ସୁରକ୍ଷା ବାହିନୀକୁ ସମ୍ପୃକ୍ତ ଅଞ୍ଚଳକୁ ପଠାଇଥିଲେ । ତେବେ ଗତ ୧୯ ତାରିଖ ରେ ହଠାତ୍ ଉକ୍ତ ସୁରକ୍ଷା ବାହିନୀ ଉପରେ ସଶସ୍ତ୍ର ନକ୍ସଲମାନେ ଫାୟାରିଙ୍ଗ ତଥା ବୋମା ଆକ୍ରମଣ କରିଥିଲେ । ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ନିର୍ବାଚନ ପୂର୍ବରୁ ନକ୍ସଲ ଭୟ, ପଡୋଶୀ ମାଓବାଦୀଙ୍କ ପାଇଁ ଚିନ୍ତାରେ ପୋଲିସ

ପ୍ରାୟ ୫୦ ମିନିଟ ଧରି ଏହି ଫାୟାରିଂ ଚାଲିବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ କରି ସେଠାରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ବିଦ୍ୟୁତ ତାର, ଛୁରୀ, କତୁରୀ, ବ୍ୟାଟେରୀ, ଔଷଧ ସହ ଅନ୍ୟାନ ସାମଗ୍ରୀକୁ ଜବତ କରିଛି । ତେବେ ନକ୍ସଲମାନେ ସେଠାରୁ ପଳାୟନ କରିଥିବା ବେଳେ ସେହି ଟିମରେ କିଛି ମହିଳା ନକ୍ସଲ ଥିବା ସୂଚନା ଦେଇଛନ୍ତି ପୋଲିସ ଏସ୍‌ପି । ମାଓଙ୍କ ସହ ସିଧାସଳଖ ପୋଲିସର ଗୁଳି ବିନିମୟ ଘଟଣା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏସମ୍ପର୍କରେ ପୋଲିସ ଏସପି ରାଜ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.