ETV Bharat / state

ବୌଦ୍ଧରେ ଏକକ ଜରୁରୀକାଳୀନ ସେବା ଆରମ୍ଭ

ଜିଲ୍ଲାରେ ଉଦଘାଟିତ ହେଲା ଇଆରଏସଏସ ବା ଜରୁରୀକାଳୀନ ଏକକ ନମ୍ବର 112 ସେବା । ସେହିପରି ଡିଆରଡିଏ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଛି ।

ଏକକଜରୁରୀକାଳୀନ ସେବା ଆରମ୍ଭ
ଏକକଜରୁରୀକାଳୀନ ସେବା ଆରମ୍ଭ
author img

By

Published : Mar 20, 2021, 9:29 AM IST

Updated : Mar 21, 2021, 10:39 AM IST

ବୌଦ୍ଧ: ଜିଲ୍ଲାରେ ଉଦଘାଟିତ ହେଲା ଜରୁରୀକାଳୀନ 112ସେବା । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇଁ ଇଆରଏସଏସ ବା ଜରୁରୀକାଳୀନ ଏକକ ନମ୍ବର 112 ସେବାର ଶୁଭାରମ୍ଭ କରିଛନ୍ତି ।

ବୌଦ୍ଧ ଠାରେ ମଧ୍ୟ ଏହି ସେବାର ଆରମ୍ଭ ହୋଇଛି । ବୌଦ୍ଧ ଏସପି ଅଫିସ ସମ୍ମୁଖରେ ବୌଦ୍ଧ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ଫ୍ଲାଗ ଅଫ କରି 112 ସେବା ପାଇଁ ଗୋଟିଏ ଭ୍ୟାନ ଓ ଦୁଇଟି ବାଇକର ଶୁଭାରମ୍ଭ କରିଥିଲେ ।

ବୌଦ୍ଧରେ ଏକକ ଜରୁରୀକାଳୀନ ସେବା ଆରମ୍ଭ

ତେବେ ପ୍ରଥମ ପର୍ଯ୍ୟାୟରେ ଏହି ସେବା କେବଳ ସହରାଞ୍ଚଳରେ ଲାଗୁ ହେବା ସହ ଏହି କାର୍ଯ୍ୟରେ 15 ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହେବେ ବୋଲି ଏସପି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେହିପରି ଶୁକ୍ରବାର ବୌଦ୍ଧ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ପିଡି ବବିତା ଦଳବେହେରାଙ୍କ ଉପସ୍ଥିତିରେ ଡବ୍ଲୁଓଡିସି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 21, 2021, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.