ETV Bharat / state

ବୌଦ୍ଧରେ ଦନ୍ତାହାତୀ ମୃତଦେହ ଉଦ୍ଧାର - boudh madhpur range

ବୌଦ୍ଧ ବନଖଣ୍ଡ ଅଧିନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ବୁଧବାର ଶୀକାରୀମାନେ ଏକ ଦନ୍ତାହାତୀକୁ ହତ୍ୟା କରିଥିବା ଜଣାପଡିଛି ।

elephant
ବୌଦ୍ଧରୁ ଦନ୍ତାହାତୀ ମୃତଦେହ ଉଦ୍ଧାର
author img

By

Published : Jun 17, 2020, 4:03 PM IST

Updated : Jun 17, 2020, 6:26 PM IST

ବୌଦ୍ଧ: ସଙ୍କଟରେ ବନ୍ୟପ୍ରାଣୀ । ବୌଦ୍ଧ ବନଖଣ୍ଡ ଅଧିନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ବୁଧବାର ଶୀକାରୀମାନେ ଏକ ଦନ୍ତାହାତୀକୁ ହତ୍ୟା କରିଥିବା ଜଣାପଡିଛି ।

ବୌଦ୍ଧରେ ଦନ୍ତାହାତୀ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ଗତ ସପ୍ତାହକ ମଧ୍ୟରେ ପାଞ୍ଚରୁ ଉର୍ଦ୍ଧ୍ବ ବନ୍ୟଜନ୍ତୁଙ୍କୁ ଶୀକାରୀମାନେ ମାରିଦେଇଥିବା ଘଟଣା ତଦନ୍ତ ଚାଲିଥିବା ବେଳେ ବୁଧବାର ପୁଣି ଶିକାରୀମାନେ ଏକ ଦନ୍ତାହାତୀକୁ ହତ୍ୟା କରିଥିବା ସୂଚନା ମିଳିଛି ।

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜର କୁଶଙ୍ଗ ନିକଟସ୍ଥ ଡାକାପଦର ଜଙ୍ଗଲରେ ଏକ ବିରାଟ ଦନ୍ତାହାତୀକୁ ଶୀକାରୀମାନେ ହାତୀଦାନ୍ତ ଲୋଭରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବୁଧବାର ସକାଳୁ ନିକଟସ୍ଥ ଗ୍ରାମର ମହିଳାମାନେ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଦନ୍ତାହାତୀର ମୃତଦେହ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ମାଧପୁର ରେଞ୍ଜର, ବୌଦ୍ଧ ଡିଏଫଓ, ଏସିଏଫ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଦନ୍ତାହାତୀର ମୃତ୍ୟୁ ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 17, 2020, 6:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.