ETV Bharat / state

ଥମୁନି ହାତୀ ମୃତ୍ୟୁ, ପୁଣି ଗଜରାଜଙ୍କ ଗଳିତ ମୃତଦେହ ଉଦ୍ଧାର

author img

By

Published : Oct 29, 2022, 8:52 AM IST

ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ସୀମାନ୍ତ କିଆକଟା ଅଞ୍ଚଳରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଥମୁନି ହାତୀ ମୃତ୍ୟୁ, ପୁଣି ଆଉ ଏକ ଗଳିତ ହତୀ ମୃତ ଦେହ ଉଦ୍ଧାର

ବୌଦ୍ଧ: ଥମିବାର ନାଁ ଧରୁନି ହାତୀ ମୃତ୍ୟୁ । ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବଢିବାରେ ଲାଗିଛି । ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ସୀମାନ୍ତ କିଆକଟା ଅଞ୍ଚଳରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି । ବଡ କଥା ହେଲେ ହାତୀର ଦୁଇ ତିନ ଦିନ ତଳେ ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ପାଖରେ ଏହାର ସୂଚନା ନଥିଲା । ତେବେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହାତୀ ଭଳି ବିରାଟକାୟ ପ୍ରାଣୀର ସୁରକ୍ଷା ଦୃଷ୍ଟିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍‌ ।

ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ସୀମାନ୍ତ କିଆକଟା ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ବନ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାସକ ମଧ୍ୟରେ ତିନି ଚାରୋଟି ହାତୀଙ୍କ ମୃତ୍ୟୁକୁ ନେଇ ସମସ୍ତେ ଚିନ୍ତା ପ୍ରକାଶ କରିଛନ୍ତି । କିଆକଟା ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଶାନ୍ତିପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ମାଇ ହାତୀର ମୃତ ଶରୀର ଦୁଇ ତିନି ଦିନ ହେଲା ପଡିରହିଥିଲା । ପରେ ଶୁକ୍ରବାର ଦୁର୍ଗନ୍ଧ ହେବାରୁ ଜଙ୍ଗଲକୁ ଯାଇଥିବା କେତେକ ଲୋକ ଜାଣିପାରିଥିଲେ ।

ତେବେ ହାତୀର ମୃତ୍ୟୁ କିଭଳି ହେଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଏହି ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ଯୋଗୁଁ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଗୋଟିଏ ପଟରେ ସାତକୋଶିଆ ଅଭୟାରଣ୍ୟର ପମ୍ପାସର ଜଙ୍ଗଲରେ ଦୁଇ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ଘଟଣା ସହିତ ମାଇହାତୀର ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି । ଏନେଇ ପରିବେଶବିତ ଗଭୀର ଉଦବେଗ ପ୍ରକାଶ କରିବା ସହିତ ହାତୀର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.